ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାକାଲିଠୁ ମୋଦି ଆରମ୍ଭ କରିବେ ଦ୍ୱିତୀୟ ଇନିଂସ। ଶୁଣିବାକୁ ମିଳୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଅମିତ ଶାହଙ୍କୁ ଏକ ବଡ଼ ପଦବୀ ମିଳିବ। ଯଦି ଶାହ କ୍ୟାବିନେଟ୍ ସମ୍ଭାଳିବେ ତେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବ କିଏ? ଏଥିପାଇଁ ସର୍ବପ୍ରଥମେ ବରିଷ୍ଠ ବିଜେପି ନେତା ଜେପି ନାଡ୍ଡାଙ୍କ ନାଁ ଆସୁଛି।
୫୮ ବର୍ଷୀୟ ଜେପି ନାଡ୍ଡା ମୋଦି ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ। ଏଥିସହିତ ସେ ହେଉଛନ୍ତି ରାଜ୍ୟସଭା ସଦସ୍ୟ। ଏହା ବ୍ୟତୀତ ବିଜେପି ସଂସଦୀୟ ବୋର୍ଡ ସଚିବ ମଧ୍ୟ ରହିଛନ୍ତି। ବିଜେପି ଦଳରେ ଜେପି ନାଡ୍ଡାଙ୍କୁ ଜଣେ ମାଷ୍ଟର ଷ୍ଟ୍ରାଟେଜି ଭାବେ ମଧ୍ୟ ଦେଖାଯାଏ। ଏହାକୁ ଦୃଷ୍ଟିରେ ରଖିଲେ ଅମିତ ଶାହଙ୍କ ପରେ ଜେପି ନାଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ବିଜେପି ସରକାରକୁ ଆସିବା ପରେ ମୋଦି ସରକାରଙ୍କ କ୍ୟାବିନେଟ୍ରେ ଅମିତ ଶାହଙ୍କ ଏଣ୍ଟ୍ରୀ ହେବା ନେଇ କଥା ଉଠିଥିଲା। ଲୋକସଭା ନିର୍ବାଚନ ପାଇଁ ଅମିତ ଶାହ ଯେତେବେଳେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ, ସେବେଠାରୁ ଏନେଇ ଚର୍ଚ୍ଚା ହୋଇଆସୁଥିଲା। ତେବେ ଆଗାମୀ ଦିନରେ କ’ଣ ହେଉଛି? ଅମିତ ଶାହ ମୋଦି ସରକାରଙ୍କ ମନ୍ତିମଣ୍ଡଳରେ ରହିବେ ନାଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ସନ୍ତୁଷ୍ଟ ହେବେ, ଆଗାମୀ ଦିନରେ ତାହା ସ୍ପଷ୍ଟ ହେବ।














