ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
କ୍ୟାବିନେଟ୍ ପାହ୍ୟାର ମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ନିରଞ୍ଜନ ପୂଜାରୀ। ସେ ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଗାତାର ୩ଥର ବିଧାୟକ ଭାବେ ଜିତି ଆସୁଛନ୍ତି। ଏହା ପୂର୍ବରୁ ସେ୨୦୦୦ ଓ ୨୦୦୪ରେ ବିନିକା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଜିତି ଆସୁଥିଲେ।
ନିରଞ୍ଜନ ହେଉଛନ୍ତି କମ୍ୟୁନିଷ୍ଟ ନେତା ତଥା ସମାଜସେବୀ ରାଧେଶ୍ୟାମ ପୂଜାରୀଙ୍କ ପୁଅ। ଗଙ୍ଗଧର ମେହେର କଲେଜରୁ ହିଁ ତାଙ୍କର ରାଜନୀତିରେ କ୍ୟାରିୟର ଆରମ୍ଭ ହୋଇଥିଲା। ଅର୍ଥାତ ସେ ଛାତ୍ର ଜୀବନରୁ ହିଁ ରାଜନୀତି ସହ ଅଛନ୍ତି।
୨୦୧୪ରେ ନିରଞ୍ଜନ ୫୧ ହଜାର ୪୮୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏହାପରେ ତାଙ୍କୁ ବାଚସ୍ପତି ଭଳି ସମ୍ମାନଜନକ ପଦବୀ ମିଳିଥିଲା। ସେହିପରି ୨୦୧୯ରେ ମୋଦି ଲହର ସତ୍ତ୍ୱେ ସେ ୨୫ ହଜାର ୭୨୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହୋଇଛନ୍ତି। କେବଳ ବିଜୟୀ ହୋଇନାହାନ୍ତି ଏହାସହିତ ତାଙ୍କୁ କ୍ୟାବିନେଟ ପାହ୍ୟା ବି ମିଳିଛି।















