ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଷୋଡଶ ବିଧାନସଭାକୁ ନିର୍ବିଚିତ ବିଧାୟକ ମାନେ ଶପଥ ନେବେ। ଗୃହର ନେତା ହିସାବରେ ମୁଖ୍ୟମନ୍ତ୍ରୀ ଏଠାରେ ଉପସ୍ଥିତ ରହିବେ , ଯେଉଁଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଯୋଗ ଦେବା ପାଇଁ ଦିଲ୍ଲୀ ଯାଇପାରିବେ ନାହିଁ।

ଆଜି ବିଧାୟକ ମାନେ ପଦ ଓ ଗୋପନୀୟତାର ଶପଥ ନେବେ। ବିଧାୟକମାନଙ୍କୁ କାମଚଳା ବାଚସ୍ପତି ଅମର ଶତପଥୀ ଶପଥ ପାଠ କରାଇବେ। ଗତକାଲି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅମର ଶତପଥୀଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଥିଲେ।

ଚଳିତ ନିର୍ବାଚନରେ ବିଜେଡି ୧୪୬ ବିଧାନସଭା ଆସନରୁ ୧୧୨ ଟିରେ ବିଜୟ ହୋଇଛି। ଏହି ୧୧୨ ବିଧାୟକଙ୍କ ମଧ୍ୟରୁ ୧୨ ମହିଳା ସାମିଲ ଅଛନ୍ତି।

ସେପଟେ ଆଜି ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏଥିପାଇଁ ଦେଶ ତଥା ଦେଶ ବାହାରୁ ଅନେକ ମାନଗଣ୍ୟ ଅତିଥି ଯୋଗ ଦେବେ। ତେବେ ଏହି ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ନାହିଁ।

Comment