ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ୱକପ୍‌ କ୍ରିକେଟ ମହାସମରରେ ଆଜି ଦୁଇଟି ମ୍ୟାଚ୍‌ ଖେଳାଯାଉଛି। ଗୋଟଏ ପଟେ କାଡ୍ରିଫ୍‌ରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମୁହାଁ ମୁହିଁ ହୋଇଥିବା ବେଳେ ଭେଟିଥିବା ବେଳେ ବ୍ରିଷ୍ଟଲରେ ଆଫଗାନିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ଆରମ୍ଭ ହୋଇଛି।

ମ୍ୟାଚ୍‌ରେ ଟସ୍‌ ଜିତି ଆଫଗାନିସ୍ତାନ କଙ୍ଗାରୁ ଦଳ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛି।

ଆଜିର ମ୍ୟାଚ୍‌ରେ ଚଳିତ ଆଫଗାନିସ୍ତାନ ପାଇଁ କଙ୍ଗାରୁ ଦଳ ଭାରି ପଡ଼ିପାରେ। ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଆୟୋଜିତ ହୋଇଥିବା ଅନ୍‌ଅଫିସିଆଲ ୱାର୍ମଅପ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩ଟି ମ୍ୟାଚ୍‌ ଯାକ ମ୍ୟାଚ୍‌ରେ ଜିତିଛି।

ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟିମ୍‌ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ ଏବଂ ଶ୍ରୀଲଙ୍କାକୁ ହରାଇଛି। ଜବରଦସ୍ତ ଫର୍ମରେ ଥିବା କଙ୍ଗାରୁ ଟିମ୍‌ ଆଜି ମ୍ୟାଚ୍‌ରେ ମଧ୍ୟ ଆଫଗାନିସ୍ତାନକୁ ମଧ୍ୟ ହରାଇବାର ଲକ୍ଷ ରଖିବ।

Comment