ଓଡ଼ିଶାଲାଇଭ ବ୍ୟୁରୋ

ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ଚିନ୍ତା ବଢ଼ିଯାଇଛିା ପରାଜୟ ପରେ ଦଳ ପାଇଁ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛିା ଦଳ ଏବେ ପରାଜୟର କାରଣ ଖୋଜୁଥିଲା ବେଳେ କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ ଦିବ୍ୟା ସ୍ପନ୍ଦନା ଟୁଇଟରରୁ କୁଆଡ଼େ ଗାଏବ ହୋଇ ଯାଇଛନ୍ତିା

ଏବେ ତାଙ୍କୁ ଟୁଇଟରେ ସର୍ଚ୍ଚ କଲେ ‘ଦ୍ୟାଟ ପେଜ ଡଜନଟ ଏକଜିଷ୍ଟ’ ବୋଲି ଲେଖୁଛିା ଅର୍ଥାତ ସେ ତାଙ୍କ ଟୁଇଟର ଆକାଉଣ୍ଟ ଡିଆକ୍ଟିଭେଟ କରି ଦେଇଛନ୍ତିା

ଏନେଇ ଦିବ୍ୟାଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ମିଳିନାହିଁ। ସେ କାହିଁକି ତାଙ୍କର ଅଫିସିଆଲ ଟୁଇଟର ଆକାଉଣ୍ଟ ଡିଆକ୍ଟିଭେଟ କରିଛନ୍ତି ତାହା ଜଣାପଡ଼ିନି।

ଶେଷଥର ପାଇଁ ଦିବ୍ୟା ଟୁଇଟ ଜରିଆରେ ନିର୍ମଳା ସୀତାରମଣଙ୍କୁ ଅଭିନନ୍ଦନ ଜଣାଇଥିଲୋ ମୋଦିଙ୍କ ଦ୍ୱତୀୟ ଇନିଂସରେ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ହୋଇଥିବାରୁ ସେ ତାଙ୍କୁ ଅଭିନନ୍ଦନ ଜଣାଇଥିଲୋ

ଟୁଇଟରରୁ ଦବ୍ୟା ଗାଏବ ହେବା ପରେ ସେ କଂଗ୍ରେସ ଛାଡ଼ିଥିବା ଚର୍ଚ୍ଚା ହେଉଛିା ଏଥିପାଇଁ ଦଳର ଚିନ୍ତା ବଢ଼ିଛିା ହେଲେ ଦଳ ପକ୍ଷରୁ ଏନେଇ କିଛି ସୂଚନା ମିଳିନିା

ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ସମୟରେ ଦିବ୍ୟା ସୋସିଆଲ ମିଡିଆ ଜରିଆରେ କଂଗ୍ରେସକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲୋ ନିର୍ବାଚନ ପ୍ରଚାର ଭିତରେ ଦିବ୍ୟା ସୋସିଆଲ ମିଡିଆରେ ସକ୍ରିୟ ରହୁଥିଲୋ

Comment