ଓଡ଼ିଶାଲାଇଭ ବ୍ୟୁରୋ

ରେଜଲ୍ଟ ଶୂନ ଥିବା +୨ ବିଜ୍ଞାନ କଲେଜ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଉଚ୍ଚଶିକ୍ଷା ବିଭାଗ। ମୋଟ ୯ଟି କଲେଜ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୬ଟି କଲେଜରେ ନାମ ଲେଖା ବନ୍ଦ ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିବା ବେଳେ ୩ଟି କଲେଜକୁ କାରଣ ଦର୍ଶାଅ ନୋଟିସ୍ ଦେଇଛି।

ଗତ ୩ ତାରିଖରେ +୨ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଥିଲା। ଏଥର ପାସହାର ଥିଲା ୭୨.୩୩ ପ୍ରତିଶତ। ୯୯ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ପାସ କରିଥିଲେ ୭୦ ହଜାର ୭୨୬ ଜଣ ଛାତ୍ରଛାତ୍ରୀ।

ବାଲେଶ୍ଵରରେ ସର୍ବାଧିକ ୮୬ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ ୨୦ହଜାର ୮୬୦ ଜଣ ଛାତ୍ରଛାତ୍ରୀ। ଦ୍ଵିତୀୟ ଶ୍ରେଣୀରେ ୨୩ହଜାର ୯୦୪ଜଣ ଛାତ୍ରଛାତ୍ରୀ ଏବଂ ୨୫ହଜାର ୩୬୦ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିଲେ।

LEAVE A REPLY

Please enter your comment!
Please enter your name here