ଓଡ଼ିଶାଲାଇଭ୍ ବ୍ୟୁରୋ

- ରୋହିତ ଶର୍ମା – ୫୭ (୭୦) ୩ଟି ଚୌକା ୧ଟି ଛକା
- ଶିଖର ଧାୱନ – ୧୧୭ (୧୦୯) ୧୬ଟି ଚୌକା
- ବିରାଟ କୋହଲି – ୮୨ (୭୭) ୪ଟି ଚୌକା ୨ଟି ଛକା
- ହାର୍ଦ୍ଦିକ ପାଣ୍ଡ୍ୟା – ୪୮ (୨୭) ୪ଟି ଚୌକା ୩ଟି ଛକା
- ଏମ୍ ଏସ୍ ଧୋନି – ୨୭ (୧୪) ୩ଟି ଚୌକା ୧ଟି ଛକା
- କେ ଏଲ୍ ରାହୁଲ – ୧୧ (୩) ୧ ଚୌକା ୧ ଛକା
ରୋମାଞ୍ଚକର ଇନିଂସ ସହ ଅଷ୍ଟ୍ରେଲିଆ ଆଗରେ ରନ୍ର ପାହାଡ଼ ଛିଡ଼ା କରିଛି ଟିମ୍ ଇଣ୍ଡିଆ। ଲଣ୍ଡନ୍ର ଓଭାଲରେ ଚାଲିଥିବା ହାଇଭୋଲ୍ଟେଜ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟିମ୍ ସାମ୍ନାରେ ୩୫୩ ରନ୍ର ବିଜୟଲକ୍ଷ୍ୟ ରଖିଲା ଭାରତ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରିଛି। ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୫ ୱିକେଟ୍ ହରାଇ ୩୫୨ ରନ୍ ସଂଗ୍ରହ କରିଛି। ଶିଖର ଧାୱନଙ୍କ ଧୂଆଁଧାର ଶତକ, ରୋହିତ, ବିରାଟଙ୍କ ଦମ୍ଦାର ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ କଙ୍ଗରୁ ଟିମ୍ ଆଗରେ ରନ୍ର ପାହାଡ଼ ଛିଡ଼ା କରିଛି।
ବର୍ତ୍ତମାନ ଅଷ୍ଟ୍ରେଲିଆ ଟିମ୍ ଆଗରେ ୩୫୩ ରନ୍ର ବିଜୟଲକ୍ଷ୍ୟ।
















