ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଦିନ ଦିନିକିଆ କ୍ରିକେଟ୍ କ୍ୟାରିଅରରେ ୫୦ ତମ ଅର୍ଦ୍ଧଶତକ କରିଛନ୍ତି। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍‌ରେ କୋହଲି ଦମଦାର ବ୍ୟାଟିଂ କରି ଏହି ଅର୍ଦ୍ଧଶତକ ହାସଲ କରିଛନ୍ତି।

ପୂର୍ବରୁ କୋହଲି ୨୨୮ଟି ଦିନିକିଆ ମ୍ୟାଚ୍‌ ଖେଳି ୪୧ଟି ଶତକ ଏବଂ ୪୯ଟି ଅର୍ଦ୍ଧଶତକ ହାସଲ କରିଥିଲେ। ଆଜିର ମ୍ୟାଚ୍‌ରେ କୋହଲି ନିଜର ୫୦ ତମ ଅଦ୍ଧଶତକ ହାସଲ କରି ଶତକ ଆଡ଼କୁ ଅଗ୍ରସର ହେଉଛନ୍ତି।

ଜାରି ରହିଛି ଟିମ୍‌ ଇଣ୍ଡିଆର ଲଢ଼େଇ। ବର୍ତ୍ତମାନ ଭାରତର ଆଉ ଗୋଟିଏ ୱିକେଟ୍‌ର ପତ୍ତନ ଘଟିଛି। ହାର୍ଦ୍ଦିକ ପାଣ୍ଡ୍ୟା ୪୮(୨୭)ରନ୍‌ ସଂଗ୍ରହ କରି କୁମିନ୍‌ସଙ୍କ ବଲ୍‌ରେ ଆଉଟ୍‌ ହୋଇଛନ୍ତି। ବର୍ତ୍ତମାନ କ୍ରିଜ୍‌ରେ ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କେହଲି।

Comment