ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ପାକିସ୍ତାନ ମଧ୍ୟରେ ମାଞ୍ଚେଷ୍ଟରଠାରେ ଚାଲିଛି ଜବରଦସ୍ତ ଇନିଂସ। ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍‌ ଇଣ୍ଡିଆର ପ୍ରଥମ ୱିକେଟ୍ ପତ୍ତନ ଘଟିଛି। ଲୋକେଶ ରାହୁଲ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଛନ୍ତି।

ଟିସ୍‌ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଟିମ୍‌ର ଓପନିଂ କରିଥିଲେ ଲୋକେଶ ରାହୁଲ ଏବଂ ରୋହିତ ଶର୍ମା। ଉଭୟଙ୍କ ଜବରଦସ୍ତ ପାର୍ଟନରସିପ୍‌ ଚାଲିଥିବା ବେଳେ ୱାହାବ୍ ରିଆଜ୍‌ଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଛନ୍ତି ଲୋକେଶ ରାହୁଲ।

ରାହୁଲ ୭୮ ବଲ୍‌ରେ ୫୭ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇ ପାଭିଲିୟନ ଫେରିଛନ୍ତି।

Comment