ଓଡ଼ିଶାଲାଇଭ୍ ବ୍ୟୁରୋ

ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାରକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଏଥିପାଇଁ ଜୋନାଲ ଡେପୁଟି କମିଶନରମାନଙ୍କ ଅଧିନରେ ଗଠନ ହେବ ସ୍ୱତନ୍ତ୍ର ସ୍କ୍ୱାଡ୍। ୫୦ ମାଇକ୍ରେନ ତଳକୁ ପଲିଥିନ ଜବତ ପାଇଁ ଏହି ବ୍ୟବସ୍ଥା କରାଯାଇଛି।

ପ୍ରତି ବୁଧବାର ଏହି ସ୍କ୍ୱାଡ୍ ବିଭିନ୍ନ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରିବ। ସକାଳ ୮ଟାରୁ ଅପରାହ୍ଣ ୨ଟା ଯାଏଁ ଏହି ଟିମ୍ ଚଢ଼ାଉ ଜାରି ରଖିବ। ବିଏମ୍‌ସିର ୩ଟି ଜୋନରେ ଆସନ୍ତାକାଲିଠାରୁ ଏହି ଚଢ଼ାଉ ଆରମ୍ଭ ହେବ ବୋଲି ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି।

ବିଶେଷକରି ଆମିଷ ମାର୍କେଟ ଏବଂ ହୋଟେଲଗୁଡ଼ିକରେ ଏହି ଟିମ୍ ଯାଞ୍ଚ କରିବେ।

ପଲିଥିନ ଓ ପ୍ଲାଷ୍ଟିକ ବର୍ଜନ ପାଇଁ ଜନସଚେତନତା ସୃଷ୍ଟି କରାଯିବ। ବିଭିନ୍ନ ବ୍ୟବସାୟ ସଂଘର ସମ୍ପାଦକ, ସଭାପତିମାନଙ୍କୁ ବିଏମ୍‌ସି ଅଫିସକୁ ଡାକି ସଚେତନ କରାଯିବ ବୋଲି ବିଏମ୍‌ସି ଡେପୁଟି କମିଶନର ପ୍ରବୀର ଖିଲାର କହିଛନ୍ତି।

LEAVE A REPLY

Please enter your comment!
Please enter your name here