ଓଡ଼ିଶାଲାଇଭ ବ୍ୟୁରୋ

ହାତରୁ ଶାସନ ଖସିବା ସହିତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଡ଼ୁଆ ବଢ଼ିବାରେ ଲାଗିଛି।  ତାଙ୍କ ଅମରାବତୀସ୍ଥିତ ଭବ୍ୟ ବାସ ଭବନ ‘ପ୍ରଜା ବେଦିକା’କୁ ଜେସିବି ଦ୍ୱାରା ଭଙ୍ଗଯାଇଛି।

ଓ୍ୱାଇଏସଆର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସର କଡ଼ା ବଳୟ ଭିତରେ ଗତକାଲି ରାତିଠାରୁ ଏହାକୁ ଭାଙ୍ଗବାକୁ ପ୍ରୟାସ ଚାଲିଥିଲା।

ଟଡିପି ସରକାର ଥିଲା ବେଳେ ନାଇଡୁ ତାଙ୍କ ବାସଭବନ ନିକଟରେ ଏହି ଭବ୍ୟ କୋଠା ନିର୍ମାଣ କରିଥିଲେ। ଏଥିରେ ସେ ସରକାରୀ କାର୍ଯ୍ୟକ୍ରମ ସହ ଦଳୀୟ କାର୍ଯ୍ୟକ୍ରମ ମଧ୍ୟ କରୁଥିଲେ।

ଏହାକୁ ବିରୋଧୀ ଦଳ ନେତାଙ୍କ ସରକାରୀ ବାସଗୃହ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗତ ଜୁନ ୫ ତାରିଖରେ ସେ ଚିଠିରେ ଲେଖିଥିଲେ। ହେଲେ ଏହାକୁ ମୁଖ୍ୟମନ୍ତ୍ରୀ ରେଡ୍ଡୀ ଗ୍ରହଣ କରିନଥିଲେ।

ପ୍ରାୟ ୧୦ କୋଟି ଟଙ୍କା ବିନିଯୋଗରେ ଏହି କୋଠା ୨୦୧୫ରେ ନିର୍ମାଣ କରାଯାଇଥିଲା। ବୁଧବାର ସକାଳ ସୁଦ୍ଧା ଏହି କୋଠାର ଅନେକ ଗୁଡ଼ିଏ କାନ୍ଥ ଭଙ୍ଗା ସରିଛି। ଦିନେ ଦୁଇ ଦିନ ମଧ୍ୟରେ ସଂପୂର୍ଣ୍ଣ କୋଠାକୁ ଭଙ୍ଗାଯିବ।

LEAVE A REPLY

Please enter your comment!
Please enter your name here