ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ ବେଳାଭୂମିର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଅର୍ଥାତ ଗାନ୍ଧିପାର୍କଠାରୁ ହୋଟେଲ ମେଫେୟାର ପର୍ଯ୍ୟନ୍ତ ସ୍ଥାନକୁ ବ୍ଲୁ ଫ୍ଲାଗ ବିଚ୍ ଭାବେ ବିକାଶ କରାଯିବ। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ପୁରୀ ଜିଲ୍ଲାପାଳ କେତେକ କଟକଣା ଜାରି କରିଛନ୍ତି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜଳର ସ୍ଵଚ୍ଛତା ଓ ପହଁରାଳୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଳକ୍ରୀଡ଼ା, ମାଛଧରା, ଖୋଲା ମଳତ୍ୟାଗ, ଅଳିଆ ଆବର୍ଜାନାକୁ ଏଣେ ତେଣେ ଫୋପାଡ଼ିବା ଆଦିକୁ ପ୍ରୋତ୍ସାହନ ଦିଆଯିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ଏଥିରେ ସମୁଦ୍ର ଜଳକୁ ସ୍ଵଚ୍ଛ, ଜୀବନ ସୁରକ୍ଷା, ପରିବେଶ ସୁରକ୍ଷା ନିମନ୍ତେ ସଚେତନ କରାଯିବ ବୋଲି କୁହଯାଇଛି।

ଫାଉଣ୍ଡେସନ ଅଫ ଏନଭାରମେଣ୍ଟାଲ ଏଜୁକେସନ ନାମକ ଅନ୍ତରାଷ୍ଟ୍ରୀୟ ସଂସ୍ଥାର ୩୩ଟି ନିୟମକୁ ପାଳନ କରି ପାରିଲେ ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ଭାବେ ମାନ୍ୟତା ଦିଆଯିବ।

ନିକଟରେ ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ର ମାନ୍ୟତା ମିଳିବ ବୋଲି ଘୋଷଣା ହୋଇଥିଲା। ଏହି ଘୋଷଣା ହେବା ପରେ ବ୍ଲୁ ଫ୍ଲାଗ ବିଚ୍ ବିକାଶ ପାଇଁ ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here