ଓଡ଼ିଶାଲାଇଭ ବ୍ୟୁରୋ
ଓଡ଼ିଆ ଆଇପିଏସ ଅଫିସର ଜଳଦ କୁମାର ତ୍ରିପାଠୀ ତାମିଲନାଡୁର ଡିଜିପି ଭାବେ ନିଯୁକ୍ତି ପାଇଛନ୍ତି। ଜୁଲାଇ ୧ରୁ ସେ କାର୍ଯ୍ୟଭାର ଗ୍ରହଣ କରିବେ। ୧୯୮୫ ବ୍ୟାଚ୍ର ତାମିଲନାଡୁ କ୍ୟାଡରର ଏହି ଆଇପିଏସ୍ ଅଫିସର ଦୁଇ ବର୍ଷ ପାଇଁ ଏହି ପଦବୀରେ ରହିବେ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପାଲନିସ୍ୱାମୀ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ନାଁ ମଧ୍ୟରୁ ରାଜ୍ୟପାଳ ଜଳଦଙ୍କ ନାଁକୁ ମଞ୍ଜୁରୀ ଦେଇଥିଲେ। ଏହାପରେ ଜଳଦଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତି ଦିଆଯାଇଥିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଜଳଦ ଏହା ପୂର୍ବରୁ ଚେନ୍ନାଇର ପୋଲିସ କମିଶନର ଭାବେ ଦାୟିତ୍ୱ ତୁଲାଇଛନ୍ତି। ଜୟ ଲଳିତାଙ୍କ ଶାସନକାଳରେ ଜଣେ ଭରସା ଯୋଗ୍ୟ ଓ ଦୃଢ଼ ପ୍ରଶାସକ ଭାବେ ସେ ଦାୟିତ୍ୱ ତୁଲାଇଥିଲେ।








