ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାର ପୁଣି ଥରେ ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି। ଗତ ପାଞ୍ଚ ଦିନ ତଳେ ପ୍ରଶାସନିକ ସ୍ତରରେ ଅଦଳ ବଦଳ କରିବା ପରେ ଆଜି ପୁଣି ଥରେ ଛୋଟ ଧରଣର ଅଦଳ ବଦଳ ହୋଇଛି।
ସୁନ୍ଦରଗଡ଼ ଜିଲ୍ଲାପାଳ ଥିବା ରଶ୍ମିତା ପଣ୍ଡାଙ୍କୁ ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ଭାବେ ନିଯୁକ୍ତି ପାଇଛନ୍ତି। ନିଖିଲ ପବନ କଲ୍ୟାଣଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।
ସେହିପରି ମୋନୀଷା ବାନାର୍ଜୀଙ୍କୁ ସୋନପୁର ଜିଲ୍ଲାପାଳ ଏବଂ ଭୂମେଶ ଚନ୍ଦ୍ର ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି।
ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।


















