ଓଡ଼ିଶାଲାଇଭ୍ ବ୍ୟୁରୋ

ଭାତୁଡ଼ି ବା ସ୍କିନ୍ ୱାର୍ଟ ଏକ ସାଧାରଣ ସମସ୍ୟା। ସର୍ବସାଧାରଣ ଶୌଚାଳୟରେ ସ୍ନାନ କରିବା, ମାଟି କାମ କରୁଥିବା ଲୋକେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିବା ଲୋକଙ୍କଠାରେ ଏହା ଅଧିକ ଦେଖାଯାଇଥାଏ। ଅଧିକାଂଶ କ୍ଷେତ୍ରରେ ଔଷଧ ଦ୍ୱାରା ଏହାର ଚିକିତ୍ସା ସମ୍ଭବପର ହୋଇ ନଥାଏ, ତେଣୁ ଅସ୍ତ୍ରୋପଚାରର ସହାୟତା ନିଆଯାଏ। ତେବେ କିଛି ଘରୋଇ ଉପାୟରେ ଏଥିରୁ ଆପଣ ରକ୍ଷା ପାଇପାରିବେ।
-ଆପଲ ସାଇଡର ଭିନେଗାରରେ ଏସିଡର ମାତ୍ରା ଅଧିକ ଥାଏ। ତେଣୁ ସେହି ଭିନେଗାରକୁ ତୁଳାରେ ବୁଡ଼ାଇ ଭାତୁଡ଼ି ହୋଇଥିବା ସ୍ଥାନରେ ବ୍ୟାଣ୍ଡେଜ୍ ମାଧ୍ୟମରେ ଦେଇ ରାତିସାରା ରଖନ୍ତୁ। ଏହିପରି ୫ ଦିନ କରିବା ପରେ ଭାତୁଡ଼ି ବାହାରି ଯିବ। ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଆପଣ ଏହାକୁ କରିପାରିବେ।
-ଘିକୁଆଁରୀରେ ମାଲିକ୍ ଏସିଡର ପରିମାଣ ଅଧିକ ଥାଏ। ତେଣୁ ଘିକୁଆଁରୀ ପତ୍ରକୁ କାଟି ଭାତୁଡ଼ି ହୋଇଥିବା ସ୍ଥାନରେ ରଖନ୍ତୁ। କିଛି ଏପରି କଲେ ସୁଫଳ ପାଇପାରିବେ।
-ବେକିଂ ପାଉଡର ଓ ଜଡ଼ା ତେଲକୁ ମିଶାଇ ପ୍ରଭାବିତ ସ୍ଥାନରେ ବ୍ୟାଣ୍ଡେଜ୍ ଦେଇ ଲଗାନ୍ତୁ। ୨-୩ ଦିନ ଏପରି କଲେ ଏହି ସମସ୍ୟାରୁ ରକ୍ଷା ପାଇପାରିବେ।
-କଦଳୀ ଚୋପାକୁ ନ ଫିଙ୍ଗି ପ୍ରଭାବିତ ସ୍ଥାନରେ ଲଗାନ୍ତୁ। ସେଥିରେ ଯେଉଁ ଏନଜାଇମ୍ ଥାଏ ତାହା ତ୍ୱଚାକୁ ପୋଷଣ ଦେବା ସହିତ ଭାତୁଡ଼ିକୁ ବାହାର କରିଥାଏ। ତେଣୁ ସପ୍ତାହରେ ଅତି କମରେ ୫ ଦିନ ଏପରି କରନ୍ତୁ।








