ଓଡ଼ିଶାଲାଇଭ୍ ବ୍ୟୁରୋ

ଭାଇ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିର ବିଜେ କରିଛନ୍ତି କାଳିଆ ଠାକୁର। ନଅଦିନ ବ୍ୟାପି ରତ୍ନ ସିଂହାସନ ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ବୁଲିବାକୁ ଆସିଛନ୍ତି କାଳିଆ ସାଆନ୍ତ। ଏଥିପାଇଁ ଲୋକାରଣ୍ୟ ହୋଇପଡ଼ିଛି ଗୁଣ୍ଡିଚା ମନ୍ଦିର।
ରଥ ଉପରେ ମଙ୍ଗଳ ଆଳତି ଅବକାଶ ନୀତି ଶେଷ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଆଜିଠୁ ଦର୍ଶନ ଦେଉଛନ୍ତି ତିନି ଠାକୁର।
ଆଡ଼ପ ମଣ୍ଡପରେ ଶୀଜୀଉଙ୍କୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ଗହଳ ଚଳହ ଲାଗି ରହିଛି। ସକାଳ ୭ରୁ ସାଢ଼େ ୮ ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ବ୍ୟବସ୍ଥା ରହିଛି। ଅଲଗା ସମୟରେ ଭକ୍ତମାନେ ପରିମାଣିକ ଟିକେଟ୍ କାଟି ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସାଧାରଣ ଦର୍ଶନ କିନ୍ତୁ ବାହାରୁ ହେବ
ଭଜନ, କୀର୍ତ୍ତନ ଓ ନୃତ୍ୟଗୀତରେ କମ୍ପୁଛି ଶରଧାବାଲି। ଆଧ୍ୟାତ୍ମିକମୟ ହୋଇଛି ଉଠିଛି ଗୁଣ୍ଡିଚା ମନ୍ଦିର ତତୁଃପାର୍ଶ୍ଵ। ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଜେ କରିବା ପୂର୍ବରୁ ଗୁଣ୍ତିଚା ମନ୍ଦିରକୁ ଫୁଲରେ ସଜାଯାଇଥିଲା। ସିଂହଦ୍ୱାର, ନାକଚଣା ଦ୍ୱାର ଓ ମନ୍ଦିର ପରିସର ସଜା ଯାଇଥିଲା।
ଆଜିଠୁ ଆଡ଼ପ ଅବଢ଼ା ମିଳିବ।
















