ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ଭାରତୀୟ କ୍ରିକେଟର ତଥା ଅଣ୍ଡର-୧୯ ଓ ଭାରତ-ଏ କ୍ରିକେଟ୍ ଦଳର କୋଚ୍ ରାହୁଲ ଦ୍ରାବିଡଙ୍କୁ ମିଳିଛି ଭାରତୀୟ କ୍ରିକେଟର ଗୁରୁଦାୟିତ୍ୱ। ସୋମବାର ବିସିସିଆଇ ରାହୁଲଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ଭାବେ ଚୟନ କରିଛି। ତେବେ ଦ୍ରାବିଡ୍ କ୍ରିକେଟ୍ ଏକାଡେମୀର ମୁଖ୍ୟ ଭାବେ ଚୟନ ହେବା ପରେ ଅଣ୍ଡର-୧୯ ଓ ଭାରତ-ଏ କ୍ରିକେଟ୍ ଦଳର କୋଚ୍ ରହିବେ କି ନାହିଁ ସେ ନେଇ କୈାଣସି ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।

ଏଥିସହ କ୍ରିକେଟ୍ ଏକାଡେମୀର ମୁଖ୍ୟଭାବେ ଦ୍ରାବିଡ୍ ଭାରତୀୟ ପୁରୁଷ ଓ ମହିଳା ଟିମ୍‌ର ମୁଖ୍ୟ କୋଚ୍‌ଙ୍କ ସହ କ୍ରିକେଟ୍‌ ବିକାଶ ସମ୍ବଦ୍ଧୀୟ ବିଭିନ୍ନ ଆଲୋଚନା କରିବେ। ଏଥିସହ ଯୁବ କ୍ରକେଟରମାନଙ୍କୁ ପରାମର୍ଶ ଦେବା ସହ ସେମାନଙ୍କ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବେ ଦ୍ରାବିଡ। ସେହିଭଳି ମହିଳା କ୍ରିକେଟ୍‌ କିପରି ଅଧିକ ବିକଶିତ ହୋଇପାରିବ ସେଥିପାଇଁ ସେ ପଦକ୍ଷେପ ଗ୍ରହଣ କରିବେ।

ଅନ୍ୟପଟେ କ୍ରିକେଟ୍ ଏକାଡେମୀର ଶିକ୍ଷା ବିଭାଗର ମୁଖ୍ୟପଦ ନିମନ୍ତେ ଦ୍ରାବିଡ୍‌ଙ୍କ ଅଧ୍ୟକ୍ଷତାରେ ଏକ ୫ଜଣିଆ କମିଟି ଗଠନ କରାଯାଇଛି। ଏଥିସହ କ୍ରିକେଟ୍ ଏକାଡେମୀର ବ୍ୟାଟିଂ ଓ ବୋଲିଂ କୋଚ୍ ପଦ ପାଇଁ ଦ୍ରାବିଡ୍ ସାକ୍ଷାତକାର ନେବେ।

LEAVE A REPLY

Please enter your comment!
Please enter your name here