ଓଡ଼ିଶାଲାଇଭ ବ୍ୟୁରୋ
ଅଧିକାଂଶ ଲୋକ ମକା ଖାଇବାକୁ ପସନ୍ଦ କରିଥାନ୍ତି। ସାଧାରଣତଃ ବର୍ଷାଦିନେ ମକାର ଚାହିଦା ଅଧିକ ଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ। ହେଲେ ଅନେକ ଲୋକ ମକା ଖାଇବା ସଙ୍ଗେ ସଙ୍ଗେ ପାଣି ପିଇଥାନ୍ତି। ଆପଣ ଜାଣିଛନ୍ତି କି ମକା ଖାଇ ସଙ୍ଗେ ସଙ୍ଗେ ପାଣି ପିଇଲେ ଏହା ଆପଣଙ୍କୁ କ୍ଷତି ପହଞ୍ଚାଇ ପାରେ।
ମକା ଖାଇ ପାଣି ପିଇଲେ ଏହାର ସିଧା ପ୍ରଭାବ ପାଚନ କ୍ରିୟା ଉପରେ ପଡ଼ିଥାଏ। କାରଣ ମକା ଖାଇ ପାଣି ପିଇଲେ ଖାଦ୍ୟ ହଜମ ହେବାରେ ସମସ୍ୟା ହୋଇଥାଏ। ଯାହାଦ୍ୱାରା ପେଟରେ ଯନ୍ତ୍ରଣା ହେବ ଗ୍ୟାସ ସମସ୍ୟା ହୋଇଥାଏ।
ଏକ ସର୍ଭେରୁ ଜଣାପଡ଼ିଛି ଯେ ମକା ଖାଇବାର ୪୫ ମିନିଟ ପରେ ପାଣି ପିଇବା ଉଚିତ୍। କାରଣ ବର୍ଷାଦିନେ ସାଧାରଣତଃ ପାଚନକ୍ରିୟା ଦୁର୍ବଳ ହୋଇଥାଏ। ଫଳରେ ଟିକିଏ ଅସାବଧାନତାରୁ ସ୍ୱାସ୍ଥ୍ୟ ବିଗିଡ଼ି ଥାଏ।


















