ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧୂଳିସାତ୍‌ ହେଲା ଭାରତ ବିଶ୍ୱକପ ଜିତିବାର ସ୍ୱପ୍ନ। ବୁଧବାର ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ୧୮ରନ୍‌ରେ ହାରି ଭାରତ ବିଶ୍ୱକପରୁ ବିଦା ହୋଇଛି। ସାରା ଦେଶ ଏଥିରେ ନିରାଶ ଥିବାବେଳେ ଟିମ୍‌ ଇଣ୍ଡିଆର ହାର୍‌କୁ ସହଜରେ ଗ୍ରହଣ କରିପାରିନାହାନ୍ତି କଳାହାଣ୍ଡି ଯୁବକ। ସେମିଫାଇନାଲରେ ଭାରତ ହାରିବା ସହି ନପାରି କଳାହାଣ୍ଡି ଜିଲ୍ଲାର ଜଣେ ଯୁବକ ବିଷ ପିଇ ଦେଇଛନ୍ତି।

ବୁଧବାର ରାତିରେ ସେମିଫାଇନାଲରେ ଭାରତ ହାରିଯିବା ପରେ ଯୁବକ ଜଣକ ଅତ୍ୟଧିକ ଭାଙ୍ଗି ପଡ଼ିଥିଲେ। ଏହାକୁ ସହି ନପାରି ଗୁରୁବାର ସକାଳୁ ଯୁବକ ବିଷ ପିଇ ଦେଇଥିବାର ସୂଚନା ମିଳିଛି। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପାଇ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଇଛନ୍ତି। ଅବସ୍ଥା ସାଙ୍ଘାତିକ ହେବାରୁ ଧର୍ମଗଡ଼ ମେଡିକାଲରୁ ଯୁବକଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Comment