ଓଡ଼ିଶାଲାଇଭ ବ୍ୟୁରୋ

ଉତ୍ତରପ୍ରଦେଶ ସୋନଭଦ୍ରାରେ ଗୋଟିଏ ଗୋଷ୍ଠୀର ୧୦ଜଣଙ୍କୁ ହତ୍ୟା କରାଯିବାକୁ ଦେଇ ରାଜନୀତି ଜୋର ଧରିଛି। ମୃତକଙ୍କ ପରିବାରକୁ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭେଟିଛନ୍ତି।

ପ୍ରିୟଙ୍କା ମୃତକ ଘରକୁ ନଯାଇ ପାରିବାରୁ ମୃତକଙ୍କ ପରିବାର ସଦସ୍ୟ ପ୍ରିୟଙ୍କାଙ୍କୁ ଭେଟିବାକୁ ଚୂନାର ଗେଷ୍ଟ ହାଉସ ଆସିଛନ୍ତି। ପରିବାର ସଦସ୍ୟ ପ୍ରିୟଙ୍କାଙ୍କ ଭେଟି ଭାବ ବିହ୍ୱଳ ହୋଇପଡ଼ିଥିଲେ। ସେମାନଙ୍କୁ ଦେଖି ପ୍ରିୟଙ୍କା ମଧ୍ୟ ନିଜ ଲୁହକୁ ରୋକି ପାରିନଥିଲେ।

ମୃତକଙ୍କ ପରିବାରକୁ ଦୀର୍ଘ ସମୟ ଧରି ଆଶ୍ୱାସନା ସେ ଦେଇଥିଲେ। ସେପଟେ ଘଟଣାକୁ ନେଇ ସାରାଦେଶରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ପ୍ରିୟଙ୍କା କହିଛନ୍ତି।

ଶୁକ୍ରବାର ମୃତକଙ୍କ ପରିବାରକୁ ଭେଟିବାକୁ ଯିବାବେଳେ ପୋଲିସ ପ୍ରିୟଙ୍କାଙ୍କୁ ଅଟକ ରଖିଥିଲା। ରାତିସାରା ପ୍ରିୟଙ୍କା ମିର୍ଜାପୁର ଚୂନାର ଗେଷ୍ଟ ହାଉସରେ ରହିଥିଲେ।

ଜମି ଗଣ୍ଡଗୋଳକୁ ନେଇ ଜୁଲାଇ ୧୭ରେ ଉତ୍ତରପ୍ରଦେଶର ସୋନଭଦ୍ରାରେ ୧୦ ଜଣ ଆଦିବାସୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପାଖାପାଖି ୫୦ ଜଣ ଆହତ ମଧ୍ୟ ହୋଇଥିଲେ।

Comment