ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୧୧ ଜାନୁଆରି, ୨୦୧୯ରେ ରିଲିଜ ହୋଇଥିଲା ବିକି କୌଶଳଙ୍କ ଅଭିନୀତ ଫିଲ୍ମ ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ। ଏବେ ଏହି ଫିଲ୍ମକୁ ନେଇ ଆଉ ଏକ ଖବର ଆସୁଛି। ଏହି ଫିଲ୍ମ  ଜୁଲାଇ ୨୬ରେ ଅର୍ଥାତ କାରଗିଲ ବିଜୟ ଦିବସ ଅବସରରେ ପୁଣିଥରେ ରିଲିଜ ହେବାକୁ ଯାଉଛି।

ହେଲେ ଏଥର ପୂରାଦେଶରେ ନୁହେଁ ମହାରାଷ୍ଟ୍ରର ୫୦୦ ସିନେମାହଲରେ ରିଲିଜ କରାଯିବ। ଏନେଇ ଫିଲ୍ମର ପ୍ରଡ୍ୟୁସର ରୋନୀ ସ୍କ୍ରିଉଓ୍ୱଲା ସୂଚନା ଦେଇଛନ୍ତି।

‘‘ଫିଲ୍ମର ଉଦ୍ଦେଶ୍ୟ ଥିଲା ଦେଶବାସୀଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା। ଏହାସହିତ ଆମ ସେନା କିପରି କାମ କରୁଛି ତାହା ଜଣାଇବା। କାରଗିଲ ବିଜୟ ଦିବସରେ ପୁଣିଥରେ ଫିଲ୍ମକୁ ରିଲିଜ କରାଯାଉଥିବାରୁ ଗର୍ବ ଅନୁଭବ ହେଉଛି‘‘, କହିଛନ୍ତି ଫିଲ୍ମର ପ୍ରଡ୍ୟୁସର।

୨୦୧୬ ମସିହାରେ ଭାରତ ସେନା ପକ୍ଷରୁ ପାକ୍ ଅଧିକୃତ କଶ୍ମୀରରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା। ଏହା ଭାରତ ପାଇଁ ଏକ ବଡ଼ ସଫଳତା ବୋଲି ଧରାଯାଏ। ଏହି କାହାଣୀ ଉପରେ ଆଧାରିତ ଫିଲ୍ମ ‘ଉରୀ ଦ ସର୍ଜିକାଲ ଷ୍ଟ୍ରାଇକ’। ଆଦିତ୍ୟ ଧାର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

Salam Sahid

ଉରୀ ଫିଲ୍ମ ବକ୍ସ ଅଫିସରେ ଭଲ କଲେକ୍ସନ୍‌ କରିଥିଲା। ଏହି ଫିଲ୍ମ ୧୭୧ କୋଟିର କଲେକ୍ସନ୍‌ କରିସାରିଛି।

Comment