ଓଡ଼ିଶାଲାଇଭ୍‌ ବ୍ୟୁରୋ

Samir Dash

ଖୁବ୍‌ଶୀଘ୍ର ରାଜ୍ୟରେ ୨ ହଜାର କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ମିଳିବ। ଏନେଇ ଆଜି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଓଡ଼ିଶାରେ ୪ ହଜାର କମ୍ପ୍ୟୁଟର ଶିକ୍ଷକଙ୍କ ଛଟେଇ ନେଇ ଆଜି ଗୃହରେ ଶାସକ ଦଳକୁ ଘେରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ତେବେ ଅତିଶୀଘ୍ର ରାଜ୍ୟରେ ୨ ହଜାର କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ମିଳିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

ଆଜି ଶୂନ୍ୟକାଳରେ କମ୍ପ୍ୟୁଟର ଶିକ୍ଷକ ଛଟେଇ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲା ବିରୋଧୀ ବିଜେପି। ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, “ରାଜ୍ୟରେ ୪ ହଜାର କମ୍ପ୍ୟୁଟର ଶିକ୍ଷକ ଛଟେଇ ହେବା  ଫଳରେ ହଜାର ହଜାର ଛାତ୍ରଛାତ୍ରୀ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପକ୍ଷରେ କମ୍ପ୍ୟୁଟର ଶିକ୍ଷକମାନେ ନିଜର ବୃତ୍ତି ହରାଇ ବେକାର ହୋଇ ବସିଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।”

ଏହାର ଉତ୍ତର ଦେବାକୁ ଯାଇ ୪ ହଜାର ଶିକ୍ଷକ ଛଟେଇ ହେବାକୁ ଦୁଃଖଦ ଗଟଣା ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଏହି କମ୍ପ୍ୟୁଟର ଶିକ୍ଷକମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇନଥିଲେ। ଏକ ସର୍ଭିସ ପ୍ରୋଭାଇଡର ଟେଣ୍ଡର ମାଧ୍ୟମରେ ଏମାନଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ଦେଇଥିଲେ। ବର୍ତ୍ତମାନ ଏହାର ଅବଧି ସରିଯାଇଛି। ତେବେ ଖୁବଶୀଘ୍ର ରାଜ୍ୟରେ ବିଭିନ୍ନ ବିଦ୍ୟାଳୟରେ ୨ ହଜାର କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଘୋଷଣା କରିଛନ୍ତି।

Comment