ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିର ଦୁଇ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ଅମର ପଟ୍ଟନାୟକଙ୍କୁ ନୂଆ ଦାୟିତ୍ୱ ମିଳିଛି। ସସ୍ମିତଙ୍କୁ ରାଜ୍ୟସଭାରେ ବିଜେଡିର ମୁଖ୍ୟ ସଚେତକ ଦାୟିତ୍ୱ ମିଳିଥିବା ବେଳେ ଅମର ପଟ୍ଟନାୟକଙ୍କୁ ବିଜେଡି ପାର୍ଲିଆମେଣ୍ଟ ପାର୍ଟି ଅଫିସର ସମ୍ପାଦକ ଦାୟିତ୍ୱ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି।
ଚଳିତ ବିଧାନସଭା ନିର୍ବାଚନରେ ଅଚ୍ୟୁତାନନ୍ଦ ସାମନ୍ତ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ ଲୋକସଭା ଓ ବିଧାନସଭା ନିର୍ବାଚନ ଜିତିବା ପରେ ଖାଲି ପଡିଥିବା ୩ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ହୋଇଥିଲା। ଏଥିରେ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ବିଜେପିରୁ ଅଶ୍ଵିନୀ ବୈଷ୍ଣବ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ।
ବିଜେଡି ଆଇଟି ସେଲର ଅଧ୍ୟକ୍ଷ ଅମର ପଟ୍ଟନାୟକ ଓ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ଅଚ୍ୟୁତାନନ୍ଦ ସାମନ୍ତ ଓ ପ୍ରତାପ ଦେବଙ୍କ ସ୍ଥାନରେ ରାଜ୍ୟସଭା ପଠାଯାଇଥିଲା। ସେହିପରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ଅଶ୍ଵିନୀ ବୈଷ୍ଣବ ଓଡ଼ିଶାରୁ ପ୍ରତିନିଧିତ୍ଵ କରିବେ।








