ଓଡ଼ିଶାଲାଇଭ୍ ବ୍ୟୁରୋ
ଅଗଷ୍ଟ ମାସକୁ ଭାରତ ଇତିହାସରେ ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟ ଭାବେ ମନେ ପକାଯାଏ। ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ୱାଧୀନତା ପରଠୁ ଏହି ଦିନକୁ ସାରାଦେଶରେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି।
୧୯୪୨ ଅଗଷ୍ଟ ୯ ତାରିଖରେ ଭାରତକୁ ବ୍ରିଟିଶମୁକ୍ତ କରିବା ପାଇଁ ଏହି ଦିନ ଭାରତଛାଡ଼ ଆନ୍ଦୋଳନ ଡାକରା ଦେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧି। ଯାହାପରେ ଭାରତବାସୀ ଏକଜୁଟ୍ ହୋଇ ବ୍ରିଟିଶଙ୍କ ବିରୋଧରେ ଲଢ଼େଇ କରିଥିଲେ। ଫଳରେ ବ୍ରିଟିଶମାନେ ମୁଣ୍ଡ ନୁଆଇଁ ଥିଲେ।
ମୁମ୍ବାଇର ଜଣେ ଯୁବକ ଅରୁଣା ଆସିକ ଅଲ୍ଲୀ ଗ୍ୱାଲିଆ ଟ୍ୟାଙ୍କ ମଇଦାନରେ( ବର୍ତ୍ତମାନ କ୍ରାନ୍ତି ମଇଦାନ) ପତାକା ଉଡ଼ାଇ ଏହି ଆନ୍ଦୋଳନ ପାଇଁ ଶଙ୍ଖଧ୍ୱନି ଦେଇଥିଲେ। ଏହି ଆନ୍ଦୋଳନକୁ ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା।
୧୯୪୨ରୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ୧୯୪୭ରେ ସିଦ୍ଧି ପ୍ରାପ୍ତ ହୋଇଥିଲା। ଅର୍ଥାତ ୧୯୪୭, ଅଗଷ୍ଟ ଭାରତ ସ୍ୱାଧୀନତାର ସ୍ୱାଦ ଚାଖିଥିଲା ଓ ଇଂରେଜ ସରକାର ଭାରତ ଛାଡ଼ିଥିଲେ।
ଅବଶ୍ୟ ଗାନ୍ଧିଜୀ ଏହି ଅଂହିସା ଭାବେ ଏହି ଆନ୍ଦୋଳନର ଡାକରା ଦେଇଥିଲେ। ମାତ୍ର ଆନ୍ଦୋଳନ ସମୟରେ ଅନେକ ସ୍ଥାନରେ ହିଂସା, ଦଙ୍ଗା ଆଦି ଦେଖିବାକୁ ମିଳିଥିଲା। ଆଜି ସେହି ମହାନ ସଂକଳ୍ପର ସ୍ମୃତି ଚାରଣ କରୁଛି ପୂରା ଭାରତ ବର୍ଷ। ଦେଶ ପାଇଁ ଜୀବନ ଦେଇଥିବା ସେହି ବୀର ସଂଗ୍ରମୀମାନଙ୍କ ବଳିଦାନକୁ ମନେ ପକାଉଛନ୍ତି କୋଟି କୋଟି ଭାରତୀୟ। ଇତିହାସକୁ ମନେ ପକାଇ ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ଦେଶ ପାଳୁଛି କ୍ରାନ୍ତି ଦିବସ।