ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଠିବା ପରେ ସମସ୍ତ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ଏନେଇ ଭୁବନଶ୍ୱର ବିମାନବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ରନ୍‌ଓ୍ୱେଠାରୁ ଆରମ୍ଭ କରି ସିକ୍ୟୁରିଟି ଯାଞ୍ଚ, ଟର୍ମିନାଲ ଓ ପାର୍କିଂ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ବିମାନବନ୍ଦରରେ ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରୋସିଡିୟର ଲାଗୁ କରାଯାଇଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତିୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିବାନୁସାରେ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଯାଞ୍ଚ ହୁଏ, ବର୍ତ୍ତମାନ ଏହାକୁ କଡ଼ାକଡ଼ି କରାଯାଇଛି। ସମସ୍ତ ଟର୍ମିନାଲରେ ସିସିଟିଭି ଲଗାଯାଇଛି। ଏହାସହ ବିମାନବନ୍ଦରର ମୁଖ୍ୟ ପ୍ରବେଶ ପଥ ଏବଂ ଅନ୍ୟାନ୍ୟ ପ୍ରବଶେ ପଥରେ ଯାଞ୍ଚ କରାଯାଉଛି।

LEAVE A REPLY

Please enter your comment!
Please enter your name here