ଓଡ଼ିଶାଲାଇଭ ବ୍ୟୁରୋ

ରାଜସ୍ଥାନରୁ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ଅଗଷ୍ଟ ୧୩ରେ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ। ରାଜସ୍ଥାନର ବିଜେପି ଅଧ୍ୟକ୍ଷ ମହନଲାଲ ସୈନୀଙ୍କ ପରଲୋକ ଯୋଗୁଁ ଏହି ଆସନ ପାଇଁ ଉପନିର୍ବାଚନ କରାଯାଉଛି।

ଅଗଷ୍ଟ ୨୬ରେ ରାଜ୍ୟସଭା ଆସନ ପାଇଁ ମତଦାନ ହୋଇ ଫଳାଫଳ ପ୍ରକାଶ ପାଇବ। ରାଜସ୍ଥାନରେ କଂଗ୍ରସର ସଂଖ୍ୟାଗରିଷ୍ଠତା ଥିବାରୁ ମନମୋହନ ରାଜ୍ୟସଭାକୁ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ହୋଇଛି।

ପୂର୍ବରୁ ସେ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୧ରୁ ୨୦୧୯ ପର୍ଯ୍ୟନ୍ତ ସେ ରାଜ୍ୟସଭାର ସଦସ୍ୟ ଥିଲେ। ଏହି ସମୟ ମଧ୍ୟରେ ସେ ଭାରତର ପ୍ରଧାନମନ୍ତ୍ରୀ ଥିଲେ।

ତେବେ ଆସାମ ରାଜ୍ୟସଭା ପ୍ରାର୍ଥୀ ଭାବେ ତାଙ୍କର କାର୍ଯ୍ୟକାଳ ୨୦୧୯ ଜୁନ ୪ରେ ଶେଷ ହୋଇଯାଇଛି। ଆସାମରେ କଂଗ୍ରେସ କ୍ଷମତାରେ ନଥିବାରୁ ପୁଣି ରାଜ୍ୟସଭାକୁ ଆସିବା ତାଙ୍କ ପାଇଁ ସମ୍ଭବ ହୋଇନଥିଲା।

LEAVE A REPLY

Please enter your comment!
Please enter your name here