ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଦିନକ ପରେ ସ୍ୱାଧୀନତା ଦିବସ। ଚଳିତ ଥର ୭୩ତମ ସ୍ୱାଧୀନତା ଦିବସ ପାଳନ କରିବ ପୂରାଦେଶ। ଏଥର ପ୍ରଥମଥର ଲାଗି ରାଜ୍ୟସ୍ତରୀୟ ପରେଡ୍‌ କାର୍ଯ୍ୟକ୍ରମ ଭୁବନେଶ୍ୱର ଗାନ୍ଧିମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ପୋଲିସ୍‌ ଡିଜି ବିଜୟ କୁମାର ଶର୍ମାଙ୍କ ଉପସ୍ଥିତିରେ ପରେଡ୍‌ ଅଭ୍ୟାସ ହୋଇଛି।

ଏଥର ରାଜ୍ୟସ୍ତରୀୟ ପରେଡ୍‌ରେ ଭାଗନେବେ ମୋଟ ୪ଟି ଗ୍ରୁପ୍। ଟେରିଟୋରିଆଲ ଆର୍ମି, ତେଲେଙ୍ଗାନା ପୋଲିସ୍‌, ସେଣ୍ଟ୍ରାଲ ଆର୍ମଡ ପୋଲିସ, ଓଡ଼ିଶା ସ୍ପେଶାଲ ଆର୍ମଡ ପୋଲିସ ଏହି ଉତ୍ସବରେ ଭାଗ ନେବେ।

ଚଳିତ ଥର ପରେଡ୍‌ କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରାୟ ୮ରୁ ୧୦ ହଜାର ଲୋକ ଆସିବେ ବୋଲି ଅନୁମାନ କରାଯାଉଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି।

Comment