ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲି ଅଧିକାଂଶ ଲୋକ ଆଣ୍ଠୁଗଣ୍ଠି ଜନିତ ରୋଗରେ ପୀଡ଼ିତ ହେଉଛନ୍ତ। ଏହାର ପ୍ରମୁଖ କାରଣ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଅଭାବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ନିୟମିତ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇ ପାରିବେ।
ନିୟମିତ ଭାବରେ କ୍ଷୀର ଓ ଦହି ସେବନ କରିବା ସହ ଦୁଗ୍ଧଜାତ ଦ୍ରବ୍ୟ ସେବନ କରିବା ଉଚିତ। ଏସବୁ ଖାଇଲେ ଶରୀରକୁ କ୍ୟାଲସିୟମ ମିଳିଥାଏ।
ସୋୟାବିନ ସିଝା କିମ୍ବା ତରକାରୀ ଖାଇଲେ ମଧ୍ୟ ଶରୀରରେ କ୍ୟାଲସିୟମ ଅଭାବ ହୋଇନଥାଏ। କାରଣ ୧୦୦ ଗ୍ରାମ ସୋୟାବିନରେ ୨୫୫ ମିଲିଗ୍ରାମ କ୍ୟାଲସିୟମ ରହିଥାଏ।