ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦର ଦେଖାଯିବା ପାଇଁ ସାଧାରଣତଃ ଝିଅମାନେ ଅଧିକ କସ୍‌ମେଟିକର ବ୍ୟବହାର କରନ୍ତି। ଏଥିପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ସୌନ୍ଦର୍ଯ୍ୟକୁ ବଢ଼ାଉଥିବା ଏହି ପ୍ରସାଧନଗୁଡିକ କ୍ୟାନ୍‌ସର କାରକ ହୋଇପାରେ। କେବଳ କ୍ୟାନ୍ସର ହିଁ ନୁହେଁ, ଏହା ଅନ୍ୟାନ୍ୟ ବିଭିନ୍ନ ପ୍ରକାର କାରଣର ସୃଷ୍ଟି କରିପାରେ ବୋଲି ଆମେରିକାନ୍ କ୍ୟାନସର ସୋସାଇଟି ଦ୍ୱାରା କୁହାଯାଇଛି। ଅତ୍ୟଧିକ ସୌନ୍ଦର୍ଯ୍ୟ ପ୍ରସାଧନର ବ୍ୟବହାର ଚର୍ମ ରୋଗ, ତ୍ୱଚାରେ ଜଳନ ଅନୁଭବ ହେବା, କୁଣ୍ଡିଆ ଭଳି ସମସ୍ୟା ହୁଏ।

ଗର୍ଭବତୀ ମହିଳାମାନଙ୍କ ପାଇଁ ଏହା ଖୁବ୍ ହାନିକାରକ। ନବଜାତ ଶିଶୁର ଶାରିରୀକ ଓ ମାନସିକ ବୃଦ୍ଧିରେ ଏହା ଖରାପ ପ୍ରଭାବ ପଡ଼େ।  ଛୋଟ ଛୁଆ ଠାରୁ ଆରମ୍ଭ କରି ଯୁବତୀ, ସମସ୍ତଙ୍କ ହର୍ମୋନ ବୃଦ୍ଧିରେ ଖରାପ ପ୍ରଭାବ ପକାଏ। ଲିପିଷ୍ଟିକ, ଆଇବ୍ରୋ ଏବଂ ଅନ୍ୟାନ୍ୟ ପେଟ୍ରୋଲିୟମ୍ଯୁକ୍ତ ଦ୍ରବ୍ୟଗୁଡିକରେ ଅତ୍ୟଧିକ ପରିମାଣରେ ବିଏଚ୍ଏ ଓ ବିଏଚଟି ନାମକ ହାନିକାରକ ରସାୟନ ରହିଛି।

ଏହି ରସାୟନକୁ ଅଧିକ ଦିନ ଧରି ସୁଗନ୍ଧ ରହିବ, ଆଂଟିଅକ୍ସିଡେଂଟ୍,  ଶୀଘ୍ର ଖରାପ ନ ହେବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ। ତ୍ୱଚାରେ କୁଣ୍ଡିଆ ବା ଜ୍ୱଳନ, ହର୍ମୋନାଲ ସମସ୍ୟା। ବିଭିନ୍ନ ପ୍ରକାରର ଫେସ୍ ମେକ୍ଅପ୍ ଏବଂ ହେୟାର୍ ପ୍ରଡକ୍ଟ ଡିଇଏ ରହିଛି।  ଏହାଦ୍ୱାରା ତ୍ୱଚାରେ ଜ୍ୱଳନ, କୁଣ୍ଡିଆ, ଶରୀରର ଯେକୌଣସି ଅଙ୍ଗକୁ ବିଷାକ୍ତ କରିପାରେ।

LEAVE A REPLY

Please enter your comment!
Please enter your name here