ଓଡ଼ିଶାଲାଇଭ ବ୍ୟୁରୋ

ଟିମ୍ ଇଣ୍ଡିଆକୁ ଓ୍ଵେଷ୍ଟଇଣ୍ଡିଜରେ ମାରିଦେବାକୁ ଧମକ ଦେଇଥିବା ଜଣେ ବ୍ୟକ୍ତିକୁ ଆସାମରୁ ଗିରଫ କରିଛି ମହାରାଷ୍ଟ୍ର ଆଣ୍ଟି ଟେରୋରିଜିମ୍ ସ୍କ୍ଵାର୍ଡ(ଏଟିଏସ)।
ଓ୍ଵେଷ୍ଟଇଣ୍ଡିଜରେ ଭାରତୀୟ କ୍ରିକେଟ ଟିମ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଯୁବକକୁ ମହାରାଷ୍ଟ୍ର ଆଣ୍ଟି ଟେରୋରିଜିମ୍ ସ୍କ୍ଵାର୍ଡ(ଏଟିଏସ) ଗିରଫ କରିଛି। ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି ଆସାମର ୧୯ ବର୍ଷିୟ ବ୍ରିଜ ମୋହନ ଦାସ୍। ଭାରତୀୟ କ୍ରିକେଟ ଟିମକୁ ଏକ ଧମକ ଭରା ଇମେଲ୍ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତ ଜଣକ କେବଳ ଭାରତ ନୁହେଁ ଅନ୍ୟ ଦେଶର କ୍ରିକେଟ ବୋର୍ଡକୁ ମଧ୍ୟ ଧମକଭରା ଇମେଲ କରିଛି ବୋଲି ଜଣାପଡ଼ିଛି। ତେବେ ବିସିସିଆଇକୁ ଏହି ଖବର ମିଳିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ପରେ ଜଣା ପଡ଼ିଥିଲା ଯେ ଯୁବକ ଜଣକ ହେଉଛନ୍ତି ଆସାମ ମୋରିଗାଁର ବ୍ରିଜ ମୋହନ ଦାସ୍।
କିଛିଦିନ ପୂର୍ବ ପାକିସ୍ତାନ କ୍ରିକେଟ ବୋର୍ଡକୁ ଏକ ଇମେଲ ଯାଇଥିଲା। ଯେଉଁଥିରେ ଭାରତୀୟ କ୍ରିକେଟରମାନଙ୍କୁ ଜୀବନରୁ ମାରିଦେବାର ଏକ ମେସେଜ ଯାଇଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ ଜରିଆରେ ବିସିସିଆଇ ଏହା ଜାଣିବା ପରେ ଭାରତୀୟ ଦଳର ସୁରକ୍ଷା ବଢ଼ାଇ ଦେଇଥିଲା।

















