ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାବଧାନ! ଜଗିଛି କମିଶନରେଟ ପୋଲିସ। ଏଣିକି ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କଲେ ଦେବାକୁ ହେବ ମୋଟା ଅଙ୍କର ଜରିମାନା। କମିଶନରେଟ ପୋଲିସ ପକ୍ଷରୁ ଆଜିଠାରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହୋଇଛି। ତେବେ ଆସନ୍ତୁ ଜାଣିବା କେଉଁ ନିୟମ ଭାଙ୍ଗିଲେ ଆପଣଙ୍କୁ କେତେ ଟଙ୍କା ଫାଇନ୍‌ ଦେବାକୁ ପଡ଼ିବ?

– ଗାଡ଼ି ଚଳା ନିୟମ ଖିଲାପ ୫୦୦ଟଙ୍କା

– ଇନ୍‌ସ୍ୟୁରାନ୍ସ ନଥାଇ ଗାଡ଼ି ଚଳାଇଲେ ୨ ହଜାର ଟଙ୍କା

– ନାବାଳକ ଗାଡ଼ି ଚଳାଇଲେ ୨୫ ହଜାର ଟଙ୍କା

– ଲାଇସେନ୍ସ ନଥାଇ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା

– ବାଇକ୍‌ରେ ୨ରୁ ଅଧିକ ଯାତ୍ରା କଲେ ୧ ହଜାର ଟଙ୍କା

– ହେଲ୍‌ମେଟ୍‌ ନପିନ୍ଧିଲେ ୧ ହଜାର ଟଙ୍କା

– ଟିକଟ ନଥାଇ ଯାତ୍ରା କଲେ ୫୦୦ ଟଙ୍କା

– କଣ୍ଡକ୍ଟରର ଲାଇସେନ୍ସ ନଥିଲେ ୧୦ ହଜାର ଟଙ୍କା

– କର୍ତ୍ତୃପକ୍ଷଙ୍କ ନିୟମ ନମାନିଲେ ୨ ହଜାର ଟଙ୍କା

– ଅଣସ୍ୱୀକୃତ ବ୍ୟକ୍ତିଙ୍କୁ ଗାଡ଼ି ଚଳାଇବାକୁ ଦେଲେ ୫ ହଜାର ଟଙ୍କା

– ଡିଏଲ୍‌ ବାତିଲ ବେଳେ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା

– ନିୟମ ବାହାରେ ଗାଡ଼ିର ରୂପ ବଦଳାଇଲେ ୫ ହଜାର ଟଙ୍କା

– ଦ୍ରୁତ ଗତିରେ ବାଇକ୍‌ ଚଳାଇଲେ ୨ ହଜାର ଏବଂ ଚାରିଚକିଆ ଗାଡ଼ି ଚଳାଇଲେ ୪ ହଜାର ଟଙ୍କା

– ବିପଦଜ୍ଜନକ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା

– ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କଲେ ୫ ହଜାର ଟଙ୍କା

– ଟ୍ରାଫିକ ରେଡ ଲାଇଟ୍‌ ଡେଇଁଲେ ୫ ହଜାର ଟଙ୍କା

– ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା

– ଅସୁସ୍ଥ ଥାଇ ଗାଡ଼ି ଚଳାଇଲେ ୧ ହଜାର ଟଙ୍କା

– ଦୁର୍ଘଟଣା ଘଟାଇଲେ ୫ ହଜାର ଟଙ୍କା

– ପ୍ରଦୂଷଣ ନିୟମ ଖିଲାପ କଲେ ୧୦ ହଜାର ଟଙ୍କା

– କ୍ଷମତାଠାରୁ ଅଧିକ ଯାତ୍ରୀ ନେଲେ ପାସେଞ୍ଜର ପିଛା ୨୦୦ ଟଙ୍କା

– ଡ୍ରାଇଭର ସିଟ୍‌ ବେଲ୍ଟ ନ ବାନ୍ଧିଲେ ୧ ହଜାର ଟଙ୍କା

– ମଦ ପିଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା ଫାଇନ୍‌

– ରେଜିଷ୍ଟ୍ରେସନ ନଥାଇ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା

– ନିସିଦ୍ଧାଞ୍ଚଳରେ ହର୍ଣ୍ଣ ବଜାଇଲେ ୧ ହଜାର ଟଙ୍କା

– ବେଆଇନ୍‌ ଭାବେ ଓଭରଟେକିଂ କଲେ ୫ ହଜାର ଟଙ୍କା

– ମାଲ୍‌ ଗାଡ଼ିରେ ଯାତ୍ରୀ ପରିବହନ ୫ ହଜାର ଟଙ୍କା

– ପରମିଟ୍‌ ନଥାଇ ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା

Comment