ଓଡ଼ିଶାଲାଇଭ୍‌ ବ୍ୟୁରୋ

୫ ସେପ୍ଟେମ୍ବର ୧୯୮୬ର ଘଟଣା। ଆଜିର ଦିନରେ ଆତଙ୍କବାଦୀ ମୁମ୍ବାଇରୁ ଆମେରିକା ଯାଉଥିବା ବିମାନ ପ୍ୟାନ୍‌ ଏମ୍‌ ଫ୍ଲାଇଟ୍‌-୭୩ କରାଚୀରେ ହାଇଜ୍ୟାକ କରିନେଇଥିଲେ। ନୀରଜା ଭାନୋଟ ଆତଙ୍କବାଦୀଙ୍କ ଗୁଳି ଖାଇ ଯାତ୍ରୀଙ୍କ ଜୀବନ ବଞ୍ଚେଇଥିଲେ।

୫ ସେପ୍ଟେମ୍ବର ୧୯୮୬ର ଘଟଣା।  ଯାହା ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ ହୋଇ ରହିଛି। ଆଜିର ଦିନରେ ଆତଙ୍କବାଦୀ ମୁମ୍ବାଇରୁ ଆମେରିକା ଯାଉଥିବା ବିମାନ ପ୍ୟାନ୍‌ ଏମ୍‌ ଫ୍ଲାଇଟ୍‌-୭୩ କରାଚୀରେ ହାଇଜ୍ୟାକ କରିନେଇଥିଲେ। ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଡ୍ରେସ୍‌ରେ ବିମାନକୁ ପ୍ରବେଶ କରି ଫାୟାରିଂ କରି ବିମାନକୁ ନିଜ କବ୍‌ଜାକୁ ନେଇଯାଇଥିଲେ। ସେତେବେଳେ ବିମାନରେ ୩୭୯ ଜଣ ଯାତ୍ରୀ ଥିଲେ।

ନୀରଜା ଭନୋଟ ନାମକ ଜଣେ ଏୟାର ହୋଷ୍ଟେସ୍‌ଙ୍କ ପାଖରେ ପ୍ଲେନ୍‌ରେ ଥିବା ସମସ୍ତ ଯାତ୍ରୀ ନିଜର ପାସପୋର୍ଟ ଜମା କରିବା ପାଇଁ ଆତଙ୍କବାଦୀ କହିଥିଲେ। ଏଭଳି ଏକ ଭୟଙ୍କର ପରିସ୍ଥିତିରେ  ଅଦମ୍ୟ ସାହାସ ଦେଖାଇଥିଲେ ଏୟାର ହୋଷ୍ଟେସ୍‌ ନୀରଜା।

ଆତଙ୍କବାଦୀଙ୍କୁ ଭୟ ନକରି କରି ଯାତ୍ରୀମାନଙ୍କୁ ଏମରଜେନ୍ସି ଝରକା ଦେଇ ବାହାରକୁ ପଠାଇ ଦେଇଥିଲେ ନୀରଜା। ଏହାପରେ ଆତଙ୍କବାଦୀ ଯାତ୍ରୀମାନଙ୍କ ଉପରକୁ ଗୁଳିମାଡ଼ ଆରମ୍ଭ କରିଦେଲେ। ଏଥିରେ ନୀରଜାଙ୍କ ସହ ୨୦ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହାପରେ ଆତଙ୍କବାଦୀ ଫେରାର ହୋଇଗଲେ।

ନୀରଜାଙ୍କୁ ସେନାର ସର୍ବୋଚ୍ଚ ଆଓ୍ୱାର୍ଡ ମରୋଣତ୍ତର ‘ଅଶୋକ ଚକ୍ର’ ସମ୍ମାନରେ ସମ୍ମାନିତ କରାଗଲା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ପାକିସ୍ତାନ ମଧ୍ୟ ’ତମଗା ଏ ଇନସାନିୟତ’ ସମ୍ମାନରେ ନୀରଜାଙ୍କୁ ସମ୍ମାନିତ କରିଥିଲା।

ନୀରଜାଙ୍କ ଜନ୍ମ ଭାରତର ଚଣ୍ଡୀଗଡ଼ଠାରେ ହୋଇଥିଲା। ହେଲେ ମୁମ୍ବାଇଠାରେ ପ୍ରତିପାଳିତ ହୋଇଥିଲେ।  ତାଙ୍କ ବାପା ହରୀଶ ଭନୋଟ ମୁମ୍ବାଇରେ ସାମ୍ବାଦିକ ଥିଲେ ଓ ମାତା ରମା ଭନୋଟ ଗୃହିଣୀ ଥିଲେ। ସେ ମୁମ୍ବାଇରେ ମଡେଲିଙ୍ଗରେ କ୍ୟାରିୟର ମଧ୍ୟ ଆରମ୍ଭ କରିଥିଲେ।

Comment