ଓଡ଼ିଶାଲାଇଭ୍ ବ୍ୟୁରୋ
ଆପଣ ଓଜନ କମାଇବା ପାଇଁ ଡାଇଟିଙ୍ଗ୍, ଜଙ୍ଗିଙ୍ଗ୍ ଓ ଜିମ୍ ଯାଇ ଥକି ଗଲେଣି କି। ଯଦି ହଁ ତାହାଲେ ଆଜି ଆମେ ଆପଣଙ୍କୁ ଏକ ନୂଆ ଉପାୟ କହିବୁ ଯାହାଦ୍ୱାରା ଆପଣ ଶୀଘ୍ର ଓଜନ ହ୍ରାସ କରିପାରିବେ। ଯଦି ଆପଣ ଖାଦ୍ୟ, ପାନୀୟ, ଓ ବ୍ୟାୟମ ଉପରେ ଧ୍ୟାନ ଦେବା ସହ ଶୋଇବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବେ ତେବେ ଆପଣ ଶୀଘ୍ର ଓଜନ କମାଇ ପାରିବେ।
ଓଜନ କମ୍ କରିବା ପାଇଁ ଯେମିତି ସଠିକ୍ ଖାଦ୍ୟ ଓ ବ୍ୟାୟାମ ଜରୁରୀ ଠିକ୍ ସେହିପରି ଭଲ ନିଦ ମଧ୍ୟ ଜରୁରୀ। ଆବଶ୍ୟକ ପରିମାଣ ଶୋଇଲେ ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ।
ଆଲୋକରେ ଶୁଅନ୍ତୁ ନାହିଁ
ଯଦି ଆପଣଙ୍କର ବିନା ଆଲୋକରେ ଶୋଇବାର ଅଭ୍ୟାସ ନାହିଁ ତୁରନ୍ତ ଏହି ଅଭ୍ୟାସ ବଦଳାନ୍ତୁ। କାରଣ ଆଲୋକରେ ଶୋଇଲେ ଭଲ ନିଦ ହୋଇ ନଥାଏ। ଅନ୍ଧାରେ ଶୋଇଲେ ମୋଟିବଲିଜିମ୍ ସିଷ୍ଟମ ଭଲ କାମ କରେ। ଏହା ଓଜନ କମାଇବାରେ ସାହାଯ୍ୟ କରେ।
ମୋବାଇଲକୁ ସୁଇଚ୍ ଅଫ୍ ରଖନ୍ତୁ
ମୋବାଇଲ ଫୋନ୍ରୁ ନିର୍ଗତ ବ୍ଲୁ ଲାଇଟ୍ସ ଶରୀରରେ ଗଭୀର ପ୍ରଭାବ ପକାଇଥାଏ। ସର୍ଭେରୁ ଜଣାପଡ଼ିଛି ଯେ ଶୋଇବା ସମୟରେ ଏହି ଲାଇଟ ସଂଶ୍ପର୍ଷରେ ଆସିଲେ ନିଦ ଆସିନଥାଏ। ଭଲ ନିଦ ନହେଲେ ଓଜନ ବଢ଼ାଇଥାଏ।


















