ଓଡ଼ିଶାଲାଇଭ ବ୍ୟୁରୋ

ନୂଆ ଟ୍ରାଫିକ ନିୟମ ମାନିବାକୁ ସଚେତନ କରାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରି ଏହି ସଚେତନ ବାର୍ତ୍ତା ଦେଇଛନ୍ତି। ସେ ଏହି ବାଲୁକା କଳାକୁ ତାଙ୍କ ଟୁଇଟରରେ ସେୟାର କରିଛନ୍ତି।
#FridayMotivation #SafeDrive #SavesLife …….🙏 pic.twitter.com/SLxIz15MkT
— Sudarsan Pattnaik (@sudarsansand) September 13, 2019
ସେ ଏକ କାର୍ର ବାଲୁକା ନିର୍ମାଣ କରି ଏଥିରେ ମଦ୍ୟପାନ ନକରିବାକୁ ସଚେତନ କରାଇଛନ୍ତି। ଏହାସହ ସେ ବାର୍ତ୍ତାରେ ଲେଖିଛନ୍ତି, “ସେଭ ଡ୍ରାଇଭ, ସେଭ ଲାଇଫ।”
ନୂଆ ଟ୍ରାଫିକ ନିୟମକୁ ପାଳନ କରିବାକୁ ସରକାର ଲୋକଙ୍କୁ ୩ ମାସ ସଚେତନ କରାଇବାକୁ ସମୟ ଦେଇଥିବା ବେଳେ। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଏହି ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିଛନ୍ତି।















