ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଗାପୂଜା ସମୟରେ ପଶ୍ଚିମବଙ୍ଗ ତଥା କେତେକ ପ୍ରମୁଖ ସ୍ଥାନରେ ପାଳନ କରାଯାଇଥାଏ ୫ଟି ମୁଖ୍ୟ ପରମ୍ପରା।ଆସନ୍ତୁ ଜାଣିବା ସେହି ପରମ୍ପରା ବିଷୟରେ…
ତର୍ପଣ: ତର୍ପଣକୁ ମହାଳୟା ପୂଜା ବି କୁହାଯାଏ। ଦୁର୍ଗାପୂଜାର ୭ ଦିନ ପୂର୍ବରୁ ପଡ଼େ ମହାଳୟା। ଧରାପୃଷ୍ଠକୁ ମା’ଙ୍କ ଆଗମନ ପାଇଁ ଏହା ଏକ ପ୍ରକାର ନିମନ୍ତ୍ରଣ। ମହାଳୟା ଦିନ ବିଭିନ୍ନ ପୂଜାଚ୍ଚର୍ନା ଓ ମନ୍ତ୍ରପାଠ କରି ମା’ଙ୍କୁ ପ୍ରସନ୍ନ କରାଯାଏ। ଏହିଦିନ ପୂର୍ବପୁରୁଷଙ୍କୁ ଶ୍ରାଦ୍ଧ ଦିଆଯିବା ପ୍ରଥା ବି ରହିଛି।
ସିନ୍ଦୁରେଖେଳ : ବିଜୟାଦଶମୀ ଦିନ ପାଳନ ହୁଏ ଏହି ସିନ୍ଦୁରଖେଳ ପ୍ରଥା। ମହାଦଶମୀ ଅବସରରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ସିନ୍ଦୁରଖେଳ ଖେଳନ୍ତି। ମୁଖ୍ୟକରି ବଙ୍ଗୀୟ ମହିଳାଙ୍କ ପାଇଁ ଦୁର୍ଗାପୂଜାର ଶେଷ ପରମ୍ପରା ଭାବେ ପାଳନ କରାଯାଉଥିବା ସିନ୍ଦୁରଖେଳ ରୀତି ଖୁବ୍ ମହତ୍ୱପୂର୍ଣ୍ଣ।
୯ଟି ବୃକ୍ଷ ପୂଜା:ମହାସପ୍ତମୀ ଦିନ ପାଳନ କରାଯାଉଥିବା ଏହି ପୌରାଣିକ ପ୍ରଥାରେ ୯ଗୋଟି ବୃକ୍ଷକୁ ପୂଜା କରାଯାଏ। ସେହ ବୃକ୍ଷଗୁଡ଼ିକ ହେଲା କଦଳୀ ଗଛ, ଅଁଳା ଗଛ, ହଳଦୀ ଗଛ, ଡାଳିମ୍ବ ଗଛ, ଅଶୋକ ଗଛ, ବେଲ ଗଛ, ଧାନ ଗଛ ଏବଂ ସୁନାରି ଗଛ।
କାଳପ୍ରାରମ୍ଭ : ଏହିଦିନ ମା’ ଧରାପୃଷ୍ଠରେ ଅବତରଣ କରନ୍ତି। ଭୋର ସକାଳୁ ମା’ ଶକ୍ତିଙ୍କ ମୁଖ ଦର୍ଶନ ପ୍ରଥା କରାଯାଏ। ଏହାକୁ ହିଁ କାଳପ୍ରାରମ୍ଭ କୁହାଯାଏ। ଏହାପରେ ମା’ଙ୍କ ପ୍ରାଣ ପ୍ରତିଷ୍ଠା କରି ବୋଧନ ନୀତି କରାଯାଏ।
କୁମାରୀ ପୂଜା : ମହାଅଷ୍ଟମୀ ଦିନ ମା’ ଶକ୍ତିଙ୍କୁ ପୂଜାଅର୍ଚ୍ଚନା କରାଯିବା ସହ କନ୍ୟାମାନଙ୍କୁ ନିମନ୍ତ୍ରଣ ଦେଇ ପୂଜା କରାଯାଏ।