ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେ ଦୈନନ୍ଦିନ ଜୀବନରେ ଏପରି ବହୁତ ଜଣଙ୍କୁ ଦେଖିଛେ ଯେଉଁମାନେ ନାକ ଭିତରେ ହାତ ପୁରାଇ ରଖିଥିବେ। ଏହା ଗୋଟିଏ ଖରାପ ଅଭ୍ୟାସ ଆଉ ସ୍ୱାସ୍ଥ୍ୟ ପାଇଁ ବି ହାନିକାରକ। ଏହାଦ୍ୱାରା ବିଭିନ୍ନ ସଂକ୍ରମଣ, ରୋଗ, ନଜଲ୍ କ୍ୟାଭିଟି ଆଘାତ ହେବା, ନାକରୁ ରାକ୍ତସ୍ରାବ, ଘା’ ହେବା ଭଳି ବିଭିନ୍ନ ସମସ୍ୟା ହୋଇପାରେ। ସବୁବେଳେ ନାକ ଭିତରେ ହାତ ଏହି ଅଭ୍ୟାସକୁ “ରିନୋଟିଲେକ୍ସୋମାନିଆ” କୁହାଯାଏ।
– ନାକ ଭିତରେ ଆଙ୍ଗୁଳି ପୁରାଇବା ମାନସିକ ଚାପ ତଥା ଚିନ୍ତାର କାରଣ ହୋଇପାରେ। ଷ୍ଟ୍ରେଫିଲୋକୋକସ୍ ଆରିୟସ୍ ଭଳି ବ୍ୟାକ୍ଟେରିଆ ନାକ ଭିତରେ ପ୍ରବେଶ କରି ବ୍ୟାକ୍ଟେରିଆଲ୍ ଇନଫେକ୍ସନର କାରଣ ହୁଏ।
– ନାକ ଭିତର ପାଖରେ ସମ୍ବେଦନଶୀଳ ମାଂସ ଥାଏ। ଯାହାକୁ ସବୁବେଳେ ଆଙ୍ଗୁଳି ପୁରାଇ ଘଷିବା ଦ୍ୱାରା ଘା’ ହୋଇପାରେ।
– ରକ୍ତବାହିକ ପ୍ରଭାବିତ ଫାଟି ନାକରୁ ରକ୍ତ ବୋହିପାରେ।
– ନାକର ଥିବା ବକଳ ସଫା କରିବା ପାଇଁ ନାକ ଭିତରେ ଆଙ୍ଗୁଳି ପୁରାନ୍ତି। କିନ୍ତୁ ଏହି ବକଳ ହିଁ ଧମନୀ ତଥା ଫସଫୁସ୍ କୁ ସୁରକ୍ଷା ଦିଏ। କେତେଗୁଡ଼ିଏ ହାନିକାରକ ବ୍ୟାକ୍ଟେରିଆକୁ ଧମନୀ ତଥା ଫସଫୁସ୍ ଯାଏଁ ପହଞ୍ଚିବା ଦିଏ ନାହିଁ।
ନାକ ଭିତର ପାର୍ଶ୍ୱ ସଫା କରିବା ଉଚିତ୍। ସବୁବେଳେ ମଳି ରହିଲେ ବି ନିଶ୍ୱାସ ନେବାରେ ଅସୁବିଧା ହୁଏ। କିନ୍ତୁ ଆଙ୍ଗଳିରେ ନୁହେଁ ନରମ ଟିସ୍ୟୁ ପେପର୍ କିଛି ଲିକ୍ୱିଡ୍ ବ୍ୟବହାର କରି ସଫା କରନ୍ତୁ। ଫଳରେ ସହଜରେ ନାକ ଭିତରେ ଥିବା ମଳି ସଫା ହୋଇଯିବ ଆଉ ନାକ ଭିତର ଆଘାତ ହେବ ନାହିଁ।


















