ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପନିର୍ବାଚନ ପୂର୍ବରୁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ନିଜ ପଦରୁ ଅବ୍ୟାହତି ନେଇ ପାରନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରେ ସିଇଓ ପଦରୁ ସ୍ୱଇଚ୍ଛାରେ ବାହାରିଯିବା ପାଇଁ ରାଜ୍ୟ ସରକାର ଏବଂ ନିର୍ବାଚନ କମିସନଙ୍କୁ ଜଣାଇଥିଲେ।

ତେବେ ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ ପାଇଁ ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ନାଁ ସୁପାରିଶ ହୋଇଛି। ଏହି ୩ ଜଣ ଆଇଏଏସ୍‌ ଅଫିସର ହେଲେ ବାଣିଜ୍ୟିକ କମିସନର ଏବଂ ଅବକାରୀ ବିଭାଗ ଶାସନ ସଚିବ ସୁଶୀଲ କୁମାର ଲୋହାନି, ଭୂ-ବନ୍ଦୋବସ୍ତ ସଚିବ ଏନ୍ ବି ଏସ୍ ରାଜପୁତ୍ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମା।

ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ସିଇଓ ପଦ ପାଇଁ ଏହି ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ନାମ ପଠାଯାଇଛି। ଗତ ବିଜେପୁର ଉପନିର୍ବାଚନ ପୂର୍ବରୁ ୨୦୧୮ ମସିହା ଫେବ୍ରୁଆରିରେ ସୁରେନ୍ଦ୍ର କୁମାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟତ୍ୱଗ୍ରହଣ କରିଥିଲେ।

Comment