ଓଡ଼ିଶାଲାଇଭ୍‌ ବ୍ୟୁରୋ

କଶ୍ମୀରକୁ ନେଇ ଗୋଟିଏ ପଟେ ଭାରତ ପାକିସ୍ତାନ ମଧ୍ୟରେ ବୟାନ ବାଜି ଚାଲିଥିଲା ବେଳେ ଅନ୍ୟପଟେ ଜମ୍ମୁ କଶ୍ମୀରେ ଆତଙ୍କବାଦୀଙ୍କ ଆକ୍ରମଣ ଲାଗି ରହିଛି। ଶନିବାର ରମ୍ବନ ଜିଲ୍ଲା ବାତୋତେ-ଦୋଦା ରାଜପଥରେ ଦୁଇ ଜଣ  ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇଛନ୍ତି।

ବାତୋତଠାରେ ୨୪୪ ନମ୍ବର ଜାତୀୟ ରାଜପଥ ଉପରେ ଦୁଇ ଜଣ ଆତଙ୍କବାଦୀ ବେସାମରିକ ଗାଡ଼ି ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଡ୍ରାଇଭର ଗାଡ଼ି ଅଟକାଇ ନଥିଲେ। ଏହାପରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହାପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର୍ କରିଛନ୍ତି।

Comment