ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା। ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଆଜି ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ବିଜେଡି ପ୍ରାର୍ଥୀ ରୀତା ସାହୁ ଏବଂ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ପ୍ରାର୍ଥିପତ୍ର ଦାଖଲ କରିବେ।

ପ୍ରଥମେ ବିଜେପୁର ଉପ-ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କରିଥିଲା ପ୍ରାର୍ଥୀ। ଦିଲ୍ଲୀପ ହେଉଛନ୍ତି ବିଜେପୁର ପାଇଁ ନୂଆ ମୁହଁ। କଂଗ୍ରେସ ବି ତାଙ୍କୁ ପ୍ରଥମ ଥର ପାଇଁ ପ୍ରାର୍ଥୀ କରିଛି। ପୂର୍ବରୁ କଂଗ୍ରେସର ସୁବଳ ସାହୁ ବିଜେପୁରରୁ ନିର୍ବାଚିତ ହୋଇ ଆସୁଥିଲେ। ୨୦୦୪ରୁ ୨୦୧୭ ଯାଏଁ ସୁବଳ ବିଧାୟକ ରହିଥିଲେ। ସୁବଳଙ୍କ ଦେହାନ୍ତ ପରେ କଂଗ୍ରେସ ପ୍ରଣୟ ସାହୁ ଏବଂ ରିପୁନାଥ ସେଠ୍‌ଙ୍କୁ ନେଇ ପରୀକ୍ଷା ଦେଇଥିଲା। ହେଲେ ଫେଲ୍ ମାରିଥିଲା କଂଗ୍ରେସ।

LEAVE A REPLY

Please enter your comment!
Please enter your name here