ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍କୁଲ ଓ କଲେଜ ବସର ରଙ୍ଗ କ’ଣ ପାଇଁ ହଳଦିଆ ହୋଇଥାଏ ତାଙ୍କୁ ନେଇ ଜାଣନ୍ତୁ କିଛି ଅଜଣା କଥା। ଏହାସହ ସ୍କୁଲ ବସ ଚଲେଇବା ପାଇଁ କଣ ସବୁ ନିୟମ ରହିଛି ତାହା ଜାଣନ୍ତୁ।
ଆପଣ ସ୍କୁଲ କିମ୍ବା କଲେଜ ବସ୍ ତ ନିଶ୍ଟୟ ଦେଖିଥିବେ। ସମସ୍ତ ସ୍କୁଲ ଆଉ କଲେଜ ବସ୍ ର ରଙ୍ଗ ହଳଦିଆ ରଙ୍ଗର ହୋଇଥାଏ। ଅନ୍ୟ ସମସ୍ତ ସାଧାରଣ ବସ୍ଠାରୁ ଏହି ବସ୍ଗୁଡିକ ଦେଖିବାକୁ ଟିକେ ଭିନ୍ନ। ତେବେ ଆପଣ ଜାଣିଛନ୍ତି କି, କଣ ପାଇଁ ଏହି ସ୍କୁଲ ଆଉ କଲେଜ ବସର ରଙ୍ଗ ହଳଦିଆ ରଙ୍ଗର ହୋଇଥାଏ।
ତେବେ ଜାଣନ୍ତୁ ଏହା ପଛର କାରଣ କଣ?
ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁସାରେ ସମସ୍ତ ସ୍କୁଲ କିମ୍ବା କଲେଜ ବସର ରଙ୍ଗ ହଳଦିଆ ରଙ୍ଗର ହେବା ବାଧ୍ୟତାମୂଳକ। ସେହିପରି ଏହି ସ୍କୁଲର ଆଗପଟେ ଆଉ ପଛପଟେ ‘ସ୍କୁଲ ବସ/କଲେଜ ବସ’ ବୋଲି ଲେଖାଯିବା ନିହାତି ଆବଶ୍ୟକ। ଆଉ ଯଦି ସ୍କୁଲ କିମ୍ବା କଲେଜ ବସଟି ଭଡ଼ାରେ ସ୍କୁଲ ଓ କଲେଜ ପାଇଁ କାମ କରୁଥାଏ ତେବେ ସେହି ବସରେ ‘ସ୍କୁଲ/କଲେଜ ବସ୍ ଅନ୍ ଡ୍ୟୁଟି’ ବୋଲି ଲେଖାଯିବା ନିହାତି ଆବଶ୍ୟକ।
ସେହିପରି ସ୍କୁଲ ବସ ହଳଦିଆ ରଙ୍ଗର ହେବା ପଛରେ ଆହୁରି ଏକ କାରଣ ମଧ୍ୟ ଅଛି। ଅନ୍ୟ ସମସ୍ତ ରଙ୍ଗ ତୁଳନାରେ ହଳଦିଆ ରଙ୍ଗ ସବୁଠାରୁ ଆଗ ଆଉ ଜଲଦି ଦେଖାଯାଇଥାଏ। ତେଣୁ ସ୍କୁଲ ବସର ରଙ୍ଗ ହଳଦିଆ ହେବା କାରଣରୁ ଏହା ଦୂରରୁ ଦେଖାଯିବା ସହ ସୁରକ୍ଷିତ ରହିପାରିବ ବୋଲି କୁହାଯାଏ।
ଏହାସହ ସୁପ୍ରିମକୋର୍ଟଙ୍କ ଅନୁସାରେ ସମସ୍ତ ସ୍କୁଲ ବସ୍ରେ ପ୍ରାଥମିକ ଚିକିତ୍ସା ପାଇଁ ସମସ୍ତ ସରଞ୍ଜାମ ରହିବା ନିତ୍ୟାନ୍ତ ଜରୁରୀ। ଏହାସହ ସ୍କୁଲର ଜଣେ ଆଟେଡାଣ୍ଟ ସ୍କୁଲ ବସ୍ରେ ରହିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏହାସହ ସ୍କୁଲ ବସର ଘଣ୍ଟାପ୍ରତି ସ୍ପୀଡ୍ ୪୦ କିଲୋମିଟରରୁ କମ୍ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେହିପରି ସ୍କୁଲ ବସରେ ଡ୍ରାଇଭର ଓ ସ୍କୁଲର ଫୋନ ନମ୍ବର ଲେଖାହେବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ କହିଛନ୍ତି।