ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକାଳର ରାଜାମାନେ ଭାରି ସଉକିନ୍ ମିଜାଜର ଥିଲେ। ଏହି ରଙ୍ଗୀନ ମିଜାଜ ପାଇଁ ରାଜାମାନେ ଇତିହାସ ପୃଷ୍ଠାରେ ଅମର ରହିଛନ୍ତି।

ଏପରି ଜଣେ ରାଜା ଥିଲେ ପଟିଆଲାର ଭୁପିନ୍ଦର୍ ସିଂ। ୧୨ ଅକ୍ଟୋବର, ୧୮୯୧ରେ ପଟିଆଲାର ମୋତିବାଗରେ ଜନ୍ମଗ୍ରହଣ କରିଥିବା ରାଜା ଭୁପିନ୍ଦର୍ ସିଂ ମହାରାଜା ରାଜେନ୍ଦ୍ର ସିଂଙ୍କ ପୁତ୍ର ଥିଲେ।

ରାଜା ଭୁପିନ୍ଦର୍ ସିଂଙ୍କର ୩୬୫ ଜଣ ରାଣୀ ଥିଲେ। ସମସ୍ତେ ଏକାସଙ୍ଗେ ରାଜାଙ୍କ ମହଲରେ ରହୁଥିଲେ। ୩୬୫ରୁ ୧୦ ଜଣ ରାଣୀଙ୍କୁ ରାଜା ଅଧୀକୃତ କରିଥିଲେ। ସେମାନଙ୍କ ପାଇଁ ୩୬୫ଟି ଲଣ୍ଠନ ରହିଥିଲା। ପ୍ରତ୍ୟେକ ଲଣ୍ଠନରେ ଜଣେ ଜଣେ ରାଣୀଙ୍କ ନାମ ଲେଖାଯାଇଥିଲା। ସକାଳୁ ଯେଉଁ ରାଣୀଙ୍କ ଲଣ୍ଠନ ପ୍ରଥମେ ଲିଭୁଥିଲା, ସେହିଦିନ ସେହି ରାଣୀ ସହିତ ରାଜା ରାତ୍ରୀଯାପନ କରୁଥିଲେ।

ଲେରି କଲିନ୍ସ୍ ଆଉ ଡୋମିନିକ ଲାପିୟରଙ୍କ ପୁସ୍ତକ ‘ଫ୍ରିଡମ୍ ଏଟ୍ ମିଡ୍ ନାଇଟ୍’ରେ ରାଜା ଭୁପିନ୍ଦର୍ ସିଂଙ୍କ ରାଜକୀୟ ଠାଣି, ସଉକ ଏବଂ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ବହୁତ କିଛି ଉଲ୍ଲେଖ କରାଯାଇଛି।

ଭାରତରେ ଏୟାର୍ ପ୍ଲେନ୍ କିଣିଥିବା ଏବଂ ନିଜ ରାଜ୍ୟରେ ରନ୍ ଓ୍ୱେ ତିଆରି କରାଇଥିବା ପ୍ରଥମ ରାଜା ଥିଲେ ସେ। ନିଜ ମହଲ ସାମ୍ନାରେ ସେ ଏକ ବିରାଟ ବଡ଼ ସୁଇମିଂ ଫୁଲ୍ ତିଆରି କରିଥିଲେ। ଏଥିରେ ଏକାଥରକେ ୧୫୦ ଜଣ ସୁଇମିଂ କରିପାରୁଥିଲେ।

ରାଜାଙ୍କ ପାଖରେ ୪୪ଟି ରୋଲ୍ସ ରୟସ୍ କାର ଥିଲା। ଏଥିମଧ୍ୟରୁ ୨୦ଟି କାର୍‌ ପ୍ରତିଦିନ ରାଜ୍ୟ ପରିକ୍ରମା ପାଇଁ ବ୍ୟବହାର କରାଯାଉଥିଲା।

ହିଟ୍‌ଲରଙ୍କ ସହିତ ବି ରାଜାଙ୍କର ଭଲ ସଂପର୍କ ଥିଲା। ୧୯୩୫ ମସିହାରେ ବର୍ଲିନ ଯାତ୍ରା ସମୟରେ ରାଜା ଭୁପିନ୍ଦର୍ ସିଂଙ୍କ ପରିଚୟ ହିଟ୍‌ଲରଙ୍କ ସଙ୍ଗେ ହୋଇଥିଲା। ରାଜାଙ୍କ ଉପରେ ପ୍ରଭାବିତ ହୋଇ ହିଟଲର୍ ନିଜର ମେବାକ୍‌ କାର୍ ରାଜାଙ୍କୁ ଭେଟ ସ୍ୱରୂପ ଦେଇଥିଲେ।

ରାଜା ଭୁପିନ୍ଦର୍ କ୍ରିକେଟ୍‌ରେ ରଣଜୀ ଟ୍ରଫିର ଶୁଭାରମ୍ଭ କରିଥିଲେ। ପୋଲୋରେ ବି ସେ ଧୁରନ୍ଧର ଥିଲେ।

ରାଜା ଭୁପିନ୍ଦର୍ ସିଂଙ୍କ ପିତା ରାଜା ରାଜେନ୍ଦ୍ର ସିଂ ବି କ୍ରୀଡ଼ାକୁ ବହୁତ ପ୍ରୋତ୍ସାହନ ଦେଉଥିଲେ।

Comment