ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଗାଲାକ୍ସି ଏ-ସିରିଜର ପ୍ରଚାର ପ୍ରସାର କରିବା ପାଇଁ ସାମସଙ୍ଗ ଗାଲାକ୍ସି ଏ୨୦ଏସ୍‌ ସ୍ମାର୍ଟଫୋନ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନର ହେଉଛି ଗାଲାକ୍ସି ଏ୨୦ର ଅପଗ୍ରେଡେଡ୍‌ ଭର୍ସନ। ନୂଆ ଡିଜାଇନ୍‌ ସହିତ ଏହି ସ୍ମାର୍ଟେଫୋନରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି। ସେହିପରି ଏଥିରେ ୧୫ ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ମିଳିଛି।

ସାମସଙ୍ଗ ଗାଲାକ୍ସି  ଏ୨୦ଏସ୍‌ ସ୍ମାର୍ଟଫୋନର ପ୍ରାରମ୍ଭିକ ମୂଲ୍ୟ ହେଉଚି ୧୧,୯୯୯ ଟଙ୍କା। ଏହି ମୂଲ୍ୟରେ ଗ୍ରାହକ ୩ଜିବି ରାମ୍‌ ଏବଂ ୩୨ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ ଥିବା ଭାରିଏଣ୍ଟ ପାଇପାରିବେ। ସେହିପରି ୪ଜିବି/୬୪ଜିବି ଭାରିଏଣ୍ଟର ମୂଲ୍ୟ ୧୩,୯୯୯ ଟଙ୍କା ରହିଛି। ସାମସଙ୍ଗ ଅନ୍‌ଲାଇନ୍‌ ଷ୍ଟୋର, ଅଫଲାଇନ୍‌ ରିଟେଲ୍‌ ଷ୍ଟୋର ତଥା ଦେଶର ପ୍ରମୁଖ ଇ-କମର୍ସ ସାଇଟ୍‌ରୁ ଗ୍ରାହକ ଏହି ସ୍ମାର୍ଟଫୋନକୁ କିଣି ପାରିବେ।

ଗାଲାକ୍ସି  ଏ୨୦ଏସ୍‌ ସ୍ମାର୍ଟଫୋନର ସ୍ପେସିଫିକେସନ

  • ୬.୫ ଇଞ୍ଚ ଏଚ୍‌ଡି ପ୍ଲସ ଇନ୍‌ଫିନିଟି ଭି ଡିସପ୍ଲେ
  • ସ୍ନାପଡ୍ରାଗନ ୪୫୦ ପ୍ରୋସେସର
  • ରିୟର ଫିଙ୍ଗର ପ୍ରିଣ୍ଟ ସେନ୍ସର
  • ଗ୍ରୀନ୍‌, ବ୍ଲ୍ୟୁ ଏବଂ ବ୍ଲାକ୍‌ କଲର ଭାରିଏଣ୍ଟ
  • ଟ୍ରିପଲ ରିୟର କ୍ୟାମେରା ସେଟ୍‌ଅପ୍‌(୧୩, ୮ ଏବଂ ୫ ମେଗାପିକ୍ସେଲ)
  • ସେଲ୍ଫି ପାଇଁ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା
  • ୧୫ ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ
  • ଡଲ୍‌ବୀ ଆଟମ୍‌ ସରାଉଣ୍ଡିଂ ସାଉଣ୍ଡ
  • ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ

LEAVE A REPLY

Please enter your comment!
Please enter your name here