ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାର ଜେକେପୁରରେ ଦଶହରା ପର୍ବ ବଡ଼ ଧୁମଧାମରେ ପାଳନ କରାଯାଉଛି। ପଞ୍ଚମୀ ଦିନଠାରୁ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ୬ ଦିନ ଧରି ହେଉଥିବା ମାଙ୍କର ପୂଜାକୁ ଦେଖିବା ପାଇଁ ପ୍ରତ୍ୟେକ ଦିନ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି।

ଏଥର ଦଶହରା ପୂଜାରେ ଦର୍ଶକଙ୍କ ମନୋରଞ୍ଜନର ମାଧ୍ୟମ ସାଜିଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନେ। ମା ଦୁର୍ଗାଙ୍କର ଧାରବତାରଣ ନେଇ ଉତ୍ସବ ମୁଖର ହୋଇଛି ଜେକେପୁର କାଗଜକଳର ଦଶହରା ମେଢ଼।

ଗତ ୬୦ ବର୍ଷ ଧରି ରାୟଗଡ଼ା ଜିଲ୍ଲାର ଜେକେ ପୁରଠାରେ ବଡ଼ ଧୁମଧାମରେ ପାଳନ କରାଯାଉଛି ଦଶହରା ପୂଜା। ଏଠାରେ ପଞ୍ଚମୀଠାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇ ଦଶହରା ପର୍ଯ୍ୟନ୍ତ ଚାଲିଥାଏ। ଏହାସହ ମାଙ୍କର ଷୋଡ଼ଷ ପୂଜା ଉପଚାର ମଧ୍ୟ କରାଯାଏ। ଆକର୍ଷଣୀୟ ମେଢ଼ ସାଙ୍ଗକୁ ମାଙ୍କର ସୁନ୍ଦର ପ୍ରତିମାରେ ଭକ୍ତ ବିମୋହିତ ହୋଇଯାଆନ୍ତି।

ଏଥର ଝିଲମିଲ ଆଲୋକ ସଜ୍ଜା ସାଙ୍ଗକୁ ମୀନା ବଜାରରେ ବୁଲାର ମଜା ଉଠାଉଛନ୍ତି ଦର୍ଶକ। ଜେକେପୁର ପୂଜା କମିଟି ଚଳିତ ବର୍ଷ ଦଶହରା ପୂଜାକୁ ଆହୁରି ରଙ୍ଗୀନ କରିବା ପାଇଁ ଭଲ ଭଲ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆୟୋଜିତ ମେଳାରେ ସମସ୍ତ ପ୍ରକାର ଘରୋଇକରଣ ସାମଗ୍ରୀ ମିଳଥିବାରୁ ପୂଜା ମଣ୍ଡପ ପରିସରରେ ଜନସାଧାରଣଙ୍କ ନାହିଁ ନଥିବା ଭିଡ଼ ଜମୁଛି।

ଚଳିତ ବର୍ଷ ୫୬ ଫୁଟ ଉଚ୍ଚର ରାବଣ ପୋଡ଼ି ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିବ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।  ପ୍ରତ୍ୟେକ ବର୍ଷ ଜେକେପୁରର ଦଶହରା ପୂଜାକୁ ଉପଭୋଗ କରିବା ପାଇଁ ସାଙ୍ଗସାଥି ବନ୍ଧୁପରିଜନ ଜେକପୁର ଆସିଥାନ୍ତି।

Comment