ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ମେରିକମଙ୍କୁ ବ୍ରୋଞ୍ଚ୍‌ ପଦକ। ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପର ସେମିଫାଇନାଲରେ ପରାସ୍ତ ହେବାପରେ ତାଙ୍କୁ ବ୍ରୋଞ୍ଚ୍‌ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପର ସେମିଫାଇନାଲରେ ତାଙ୍କୁ ତୁର୍କୀର ବୁସେନାଜ କାକିରୋଗଲ୍ଲୁ ପରାସ୍ତ କରିଛନ୍ତି। ତୁର୍କୀର ଏହି ଖେଳାଳି ମେରିକମଙ୍କୁ ୪-୧ରେ ହରାଇ ଦେଇଛନ୍ତି। ଏହାସହ ଛଅ ଥର ବିଶ୍ୱ ଚାମ୍ପିୟନ ରହିଥିବା ଭାରତର ଏମ୍ ସି ମେରିକମଙ୍କୁ ଚଳିତ ଥର ବ୍ରୋଞ୍ଚ୍‌ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଏହି ପଦକ ସହ ସେ ବକ୍ସିଂ ଚାମ୍ପିୟନସିପ୍ ରେ ସବୁଠାରୁ ଅଧିକ ପଦକ ଜିତିବାର ରେକର୍ଡ କରିଛନ୍ତି। ବର୍ତ୍ତମାନ ତାଙ୍କ ନାଁରେ ମୋଟ ୮ଟି ପଦକ ରହିଛି। ଯାହା ବକ୍ସିଂ ଚାମ୍ପିୟନସିପରେ ଜଣେ ଖେଳାଳି ପାଇଁ ସର୍ବାଧିକ। ପୂର୍ବରୁ ଏହି ରେକର୍ଡ କ୍ୟୁବାର ପେଲିକ୍ସ ସର୍ବାନଙ୍କ ନାଁରେ ଥିଲା। ସେ ଚାମ୍ପିୟନସିପରେ ମୋଟ୍ ୭ଟି ପଦକ ଜିତିଛନ୍ତି।

LEAVE A REPLY

Please enter your comment!
Please enter your name here