ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାପା, ମା’ ପୋଲିସ୍‌ ହେଲେ ତାଙ୍କ କଲେଜ ପଢ଼ା ପୁଅ ଜଣେ ନିଶା ବେପାରୀ। ବ୍ରାଉନସୁଗାର କାରବାର ଅଭିଯୋଗରେ ଗତ ସୋମବାର ଅବକାରୀ ବିଭାଗ ହାତରେ ଯୁବକ ଧରାପଡ଼ିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଘଟିଛି ପୁରି ଜିଲ୍ଲା ନିମାପଡ଼ାରେ।

ନିମାପଡ଼ା ବଜାର ଜୟଶ୍ରୀ ଛକ ନିକଟରେ ୨ଜଣ ଯୁବକ ଗ୍ରାହକଙ୍କୁ ବାଉନସୁଗାର ବିକ୍ରି କରୁଥିବା ସୂଚନା ପାଇ କଟକ ଗୋଇନ୍ଦା ଓ ପୁରୀ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ। ସେଠାରୁ ପୁରୀ ଅଞ୍ଚଳର ଶାନ୍ତନୁ ଶେଖର ଦାସ ଓ ସତ୍ୟରଞ୍ଜନ ଦାସଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ୨୪ଗ୍ରାମ ବ୍ରାଉନସୁଗାର, ଗୋଟିଏ ବାଇକ ଜବତ କରିଥିଲେ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ଲକ୍ଷ ୪୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ୨ପକ୍ଷରୁ ଜଣାପଡ଼ିଛି।

ଅଭିଯୁକ୍ତ ଶାନ୍ତନୁ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ଛାତ୍ର। ତାଙ୍କ ମା’ ନିମାପଡ଼ା ଥାନା ଏବଂ ବାପା ଡେଲାଙ୍ଗ ଥାନାରେ ଏସ୍‌ଆଇ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

ଏହି ଚଢ଼ାଉ ବେଳେ ନିମାପଡ଼ା ଅବକାରୀ ଏସ୍‌.ଆଇ. ବନ୍ଦନା ପଟ୍ଟନାୟକ, ଜିତେନ୍ଦ୍ର ବେହେରା, ଏସ୍‌.କେ ଓ୍ୱାରିସ ପ୍ରମୁଖ ସାମିଲ ଥିଲେ।

Comment