ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିବ ଓଡ଼ିଶା ବିଧାନସଭାର ରୂପରେଖ। ଭାରତର ଏକ ଅତ୍ୟାଧୁନିକ ବିଧାନସଭାରେ ପରିଣତ ହେବ ଓଡ଼ିଶା ବିଧାନସଭା। ବିଧାନସଭାର ରୂପରେଖ ବଦଳିବା ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
‘‘ବିଧାୟକଙ୍କ କଲୋନୀର କିଛି ଅଂଶ ଭଙ୍ଗାଯାଇ ଏହାକୁ ନୂଆ କରି ନିର୍ମାଣ କରାଯିବ।। ଆଧୁନିକ ଶୈଳୀରେ ନିର୍ମାଣ ହେବ ବିଧାୟକଙ୍କ ବାସଭବନ। ବିଧାୟକଙ୍କ ବାସଭବନରେ ସବୁପ୍ରକାର ସୁବିଧା ରହିବ। ଏଥିପାଇଁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ’’, କହିଛନ୍ତି ବାଚସ୍ପତି।
ଏଥିସହ ବିଧାନସଭାରେ କଲ୍ୟାଣ ମଣ୍ଡପ ଓ ମର୍ଣ୍ଣିଂଓ୍ୱାକ ପାଇଁ ସ୍ୱତନ୍ତ୍ର ସ୍ଥାନ ତିଆରି କରାଯିବ ବୋଲି ବାଚସ୍ପତି କହିଛନ୍ତି।















