ଓଡ଼ିଶାଲାଇଭ୍ ବ୍ୟୁରୋ

ତିନିଜଣ ପୋଲିସ ଅଧିକାରୀଙ୍କୁ ଶୁକ୍ରବାର ବାଧ୍ୟତାମୂଳକ ଅବସର ଦିଆଯାଇଛି। ଓଡ଼ିଶା ସରକାରଙ୍କ ୫-ଟି ପଲିସି ଆଧାରରେ ତାଙ୍କ ବିପକ୍ଷରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପୋଲିସ ଏସ.ଆଇ ବନମାଳୀ ନାୟକ, ଏ.ଏସ.ଆଇ ବୀରବର ଲେଙ୍କା ଓ ଏ.ଏସ.ଆଇ କିଶୋର କୁମାର ବାଗଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ଏନେଇ ଓଡ଼ିଶା ଡିଜିପିଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

କ୍ଷମତାର ଅପବ୍ୟବହାର କରିଥିବା ହେତୁ ତାଙ୍କ ବିପକ୍ଷରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଓଡ଼ିଶା ସର୍ଭିସ କୋର୍ଡର ରୁଲ୍ ୭୧ ଅନୁଯାୟୀ ତାଙ୍କୁ ଏହି ବାଧ୍ୟତାମୂଳକ ଅବସର ଦିଆଯାଇଛି।

Comment