ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭଙ୍ଗା ହେବ ରବୀନ୍ଦ୍ରମଣ୍ଡପ ପଛପଟ କ୍ୱାର୍ଟର୍ସ
  • ତିଆରି ହେବ ଆପାର୍ଟମେଣ୍ଟ
  • ଆସନ୍ତା ମାସରୁ ଆରମ୍ଭ ହେବ କାମ
  • ଆପାର୍ଟମେଣ୍ଟରେ ରହିବ ୧୪୦ଟି ଫ୍ଲାଟ୍‌
  • ବ୍ୟୟ ହେବ ୪୦୦ କୋଟି ଟଙ୍କା
  • ଜିମ୍‌, କମ୍ୟୁନିଟି ସେଣ୍ଟର, କଲ୍ୟାଣ ମଣ୍ଡପ ରହିବ

ଓଡ଼ିଶାର ବିଧାୟକମାନେ ଆଉ କ୍ୱାର୍ଟର୍ସରେ ରହିବେନି। ସେମାନେ ଏବେ ଯେଉଁ ବିଧାୟକ କଲୋନୀ କ୍ୱାର୍ଟର୍ସରେ ରହୁଛନ୍ତି ସେଗୁଡ଼ିକ ଭାଙ୍ଗିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

କ୍ୱାର୍ଟର୍ସଗୁଡ଼ିକ ଭଙ୍ଗାଯାଇ ସେଠି ଆପାର୍ଟମେଣ୍ଟ ତିଆରି ହେବ। ବିଧାୟକମାନେ ଆପାର୍ଟମେଣ୍ଟରେ ରହିବେ।

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପ ପଛପଟୁ ୧୨୦ ବାଟାଲିୟନ ପର୍ଯ୍ୟନ୍ତ ଥିବା ବିଧାୟକଙ୍କ କ୍ୱାର୍ଟର୍ସ ଭଙ୍ଗା ଯିବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତା ମାସରୁ କ୍ୱାର୍ଟର୍ସ ଭଙ୍ଗା କାର୍ଯ୍ୟ ଆରମ୍ଭ ହେବ। ପୂର୍ତ୍ତ ବିଭାଗ ଏହି କାମ କରିବ।

ବିଧାୟକମାନଙ୍କ ପାଇଁ ଆପାର୍ଟମେଣ୍ଟରେ ୧୪୦ଟି ଫ୍ଲାଟ ନିର୍ମାଣ କରାଯିବ। ଏଥିପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯିବ।

ଏହି ଆପାର୍ଟମେଣ୍ଟରେ ଜିମ୍‌, କମ୍ୟୁନିଟି ସେଣ୍ଟର, କଲ୍ୟାଣ ମଣ୍ଡପ ଆଦି ରହିବ। ଅତ୍ୟାଧୁନିକ ଶୈଳୀରେ ଆପାର୍ଟମେଣ୍ଟ ନିର୍ମାଣ ହେବ।

Comment