ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ବିଧାୟକମାନଙ୍କୁ ପୁଣିଥରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଚରମବାଣୀ ଶୁଣାଇଛନ୍ତି। ତିନି ଦିନ ଭିତରେ କ୍ୱାର୍ଟର୍ସ ଛାଡ଼ିବାକୁ ବାଚସ୍ପତି ତାଗିଦ୍ କରିଛନ୍ତି। ପୂର୍ବରୁ ବାଚସ୍ପତି କ୍ୱାର୍ଟର୍ସ ଛାଡ଼ିବାକୁ ନୋଟିସ୍ ଜାରି କରିଥିଲେ। ଏପରିକି ପାଣି, ବିଜୁଳି ବନ୍ଦ କରିବାକୁ ଚେତାବନୀ ଦେଇଥିଲ। ହେଲେ ଏହାକୁ କିଛି ପୂର୍ବତନ ବିଧାୟକଙ୍କୁ କାଟୁ କରିନି।
କିଛି ପୂର୍ବତନ ବିଧାୟକ କ୍ୱାର୍ଟର୍ସ ଛାଡ଼ି ନଥିବାରୁ ଆଜି ପୁଣି ଥରେ ବାଚସ୍ପତି ଚରମବାଣୀ ଶୁଣାଇଛନ୍ତି। ୩ ଦିନ ଭିତରେ କ୍ୱାର୍ଟର୍ସ ଛାଡ଼ି ଅନ୍ୟତ୍ର ଯିବାକୁ କହିଛନ୍ତି। ସେହିପରି କିଛି ବର୍ତ୍ତମାନର ବିଧାୟକଙ୍କୁ ମଧ୍ୟ କ୍ୱାର୍ଟର୍ସ ଛାଡ଼ିବାକୁ କୁହାଯାଇଛି। ରବୀନ୍ଦ୍ର ମଣ୍ଡପ ପଛପଟୁ ୧୨୦ ବାଟାଲିୟନ ପର୍ଯ୍ୟନ୍ତ ଥିବା କ୍ୱାର୍ଟର୍ସ ଭଙ୍ଗା ଯିବ। ଏଠି ବହୁତଳ ପ୍ରାସାଦ ନିର୍ମାଣ କରାଯିବ।
ଏହି କ୍ୱାର୍ଟର୍ସରେ ରହୁଥିବା ବିଧାୟକମାନଙ୍କୁ ସାମୟିକ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ପୂର୍ବତନ ବିଧାୟକ କ୍ୱାର୍ଟର୍ସ ଛାଡ଼ିଲେ ବର୍ତ୍ତମାନର ବିଧାୟକଙ୍କୁ ସେଠାରେ ଥଇଥାନ କରାଯିବ।















