ଓଡ଼ିଶାଲାଇଭ ବ୍ୟୁରୋ

ସୁସ୍ଥ ଓ ଆରୋଗ୍ୟମୟ ସ୍ୱାସ୍ଥ୍ୟ ପାଇଁ ପନିପରିବା ଖାଇବା ନିହାତି ଜରୁରୀ। ପ୍ରତ୍ୟେକ ଫଳ ବା ପନିପରିବାରେ କିଛି ନା କିଛି ବିଶେଷତ୍ତ୍ୱ ରହିଛି। କିଛିଟା ଦୃଷ୍ଟିଶକ୍ତିକୁ ପ୍ରଖର କରେ ତ ଆଉ କିଛି ପନିପରିବା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ। ସେହିପରି ଏକ ସ୍ୱାସ୍ଥ୍ୟକର ପରିବା ହେଲା ଟମାଟୋ।

-ଏହାର ନିୟମିତ ସେବନ ଦୃଷ୍ଟିଶକ୍ତିକୁ ସତେଜ କରେ। ଟମାଟରରେ ଭିଟାମିନ୍-ଏ ଆଉ ଆଣ୍ଟି ଅକ୍ସିଡେଣ୍ଟ୍ ରହିଛି। ଯାହା ଅଖି ସମ୍ବନ୍ଧୀୟ ସମସ୍ତ ରୋଗକୁ ଦୂର କରେ।

– ଲାଇକୋପିନ୍‌ ହୃତ୍‌ପିଣ୍ଡକୁ ସୁସ୍ଥ ରଖେ। ଏହା ରକ୍ତରେ ଥିବା ଲିପିଡ୍ ପେରକ୍ସିଡେସନ୍‌କୁ କମ୍ କରି ହୃଦ୍ ସମ୍ବନ୍ଧୀୟ ରୋଗର ନିରାକରଣ କରେ।

– ଲଙ୍ଗ୍ସ୍‌ କ୍ୟାନ୍ସର୍, ପ୍ରୋଷ୍ଟେଟ୍ କ୍ୟାନ୍ସର୍, ବୋନ୍ କ୍ୟାନ୍ସର୍, ଓଭାରିଆନ୍ କ୍ୟାନ୍ସର୍ ତଥା ପେଟ ସମ୍ବନ୍ଧୀୟ କ୍ୟାନ୍ସର୍ ଆଶଙ୍କାକୁ କମ୍ କରେ ଟମାଟର। ଲାଇକୋପିନ୍‌ରେ କର୍କଟ ପ୍ରତିରୋଧକ ଶକ୍ତି ରହିଛି।

–  ଫାଇବର୍‌ରେ ପରିପୂର୍ଣ୍ଣ ଟମାଟୋ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ।

– ରକ୍ତଧମନୀ ଆଉ ରକ୍ତବାହିକାକୁ ନିୟନ୍ତ୍ରଣରେ ରଖି ଉଚ୍ଚ ରକ୍ତଚାପ କମାଏ ଟମାଟୋରେ ଥିବା ପୋଟାସିୟମ୍।

Comment